ଏମ୍ସ ରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଲେ ବିରୋଧିଦଳ ନେତା ପ୍ରଦୀପ୍ତ ନାଏକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍ ରୁ ସୁସ୍ଥ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଏମ୍ସ କର୍ତ୍ତୃପକ୍ଷ ଏବଂ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ। ସେ ଦୀର୍ଘ ଦିନ ଧରି କୋଭିଡ୍ ରେ ପିଡ଼ୀତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ତେବେ ସେ ତାଙ୍କ ଫେସବୁକ ପେଜର ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇ କହିଛନ୍ତି ଯେ, ” ମୁଁ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ ଏବେ ମୁଁ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଚିକିତ୍ସିତ ହେଉଅଛି ଆପଣ ମାନଙ୍କ ଅପାର ଭଲ ପାଇବା ଏବଂ ମାଁ ମାଣିକେଶ୍ଵରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଅଛି ।”

କୋଭିଡ୍‌ରେ ସଂକ୍ରମିତ ହୋଇ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ପ୍ରଦୀପ୍ତ। ସେଠାରେ ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁନଥିଲା। ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତ ଘଟୁଥିବାରୁ ସେ ତାଙ୍କର ସମସ୍ତ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ସେ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ, ” ମୁଁ କୋଭିଡ ରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମୋ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇ ସମସ୍ତ ପ୍ରକାର ର ଉନ୍ନତ ମାନର ଚିକିତ୍ସା ପାଇଁ AIIMS ନିର୍ଦ୍ଦେଶକ ଙ୍କ ସହ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଯୋଗାଯୋଗରେ ଥିଲେ । ମୋ ପରିବାର ର ମାନସିକ ସ୍ଥିତି କୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ମୋ ସ୍ତ୍ରୀ ସହ କଥା ହେଇଥିଲେ । ମୋର ଜୀବନ ର ସବୁଠୁ କଷ୍ଟଦାୟକ ସମୟରେ ପ୍ରଧାନମନ୍ତ୍ରୀ ମୋ ପରିବାର ର ମୁଖିଆ ସାଜି ମୋ ପରିବାର ସହ ଠିଆ ହୋଇଥିଲେ, ମୁଁ ଅନ୍ତର୍ମନରୁ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।” ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ଯବାଦ ଜ୍ଞାପନ କରିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ମୋତେ ଫେସବୁକ୍ ଏବଂ ଟ୍ୱିଟର ମାଧ୍ୟମରେ ରାଜ୍ୟ ର ବହୁ ସମସ୍ୟା ଲୋକ ଜଣାଉଛନ୍ତି, ମୋର ସ୍ବାସ୍ଥ୍ୟ ଅବସ୍ଥା ପାଇଁ ମୁଁ ଆପଣ ମାନଙ୍କ ସହ ମିଶି ପାରୁ ନାହିଁ ଏବଂ ଓଡ଼ିଶା ବାସୀଙ୍କ ହକ୍ ଓ ଅଧିକାର ର ଲଢେଇ ଲଢି ପାରୁନାହିଁ । ତଥାପି ଯାହା କିଛି ସମସ୍ୟା ମୋର ଦୃଷ୍ଟିଗୋଚର ହେଉଛି ମୁଁ ଚିଠି ଜରିଆରେ ଓଡିଶା ସରକାର କୁ ଜଣାଉଛି । ମୁଁ ସମ୍ପୂର୍ଣ୍ଣ ଭଲ ହୋଇ ବହୁତ ଶୀଘ୍ର ପୂର୍ବ ଭଳି ଆପଣ ମାନଙ୍କ ସହ ମିଶିବି ବୋଲି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି। “

Related Posts