୨୦ଟି ରାଷ୍ଟ୍ରକୁ ବ୍ୟାପିଲାଣି ମଙ୍କିପକ୍ସ ସଂକ୍ରମଣ

ନୂଆଦିଲ୍ଲୀ : କରୋନା ପରେ ଏବେ ଦେଶବାସୀଙ୍କ ଘାରିଛି ମଙ୍କିପକ୍ସ ସଂକ୍ରମଣ ଭୟ | ଧୀର ଧୀରେ ସଂକ୍ରମଣ ବ୍ୟାପିବାରେ ଲାଗିଛି | ଯାହାକୁ ନେଇ ସରକାରଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି |

ଏବେ ଏହି ସଂକ୍ରମଣ ୨୦ଟି ରାଷ୍ଟ୍ରକୁ ବ୍ୟାପିଥିବା ବେଳେ, ବିଶ୍ବରେ ମୋଟ୍‌ ମଙ୍କିପକ୍ସ ମାମଲା ସଂଖ୍ୟା ୨୦୦ ଟପିଛି | ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସୂଚନା ପ୍ରକାଶ ପାଇଛି | ଅଧିକାଂଶ ମଙ୍କିପକ୍ସ ମାମଲା ୟୁ‌ରୋପରୁ ଚିହ୍ନଟ ହୋଇଛି। ମଙ୍କିପକ୍ସ ଭାଇରସ୍‌କୁ ନେଇ ସତର୍କତା ଅବଲମ୍ବନ କରିବାପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମସ୍ତ ରାଷ୍ଟ୍ରକୁ କହିଛଛି। ତେବେ ମଙ୍କିପକ୍ସର ସମ୍ଭାବ୍ୟ ‌ଗୋଷ୍ଠୀ ସଂକ୍ରମଣ ହେଉଥିବାରୁ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି। ‘ହୁ’ ପକ୍ଷରୁ କୁହାଯାଇଛି ଯେ ଉପଯୁକ୍ତ ପଦକ୍ଷେପ ଦ୍ବାରା ଏହି ଭାଇରସ୍‌କୁ ନିୟନ୍ତ୍ରଣ କରିହେବ। ମଙ୍କିପକ୍ସ ଏକ ସାଧାରଣ ଭାଇରାଲ୍‌ ଇନ୍‌ଫେକସନ୍‌ ଭଳି। ଆଫ୍ରିକୀୟ ରାଷ୍ଟ୍ରରେ ଏହା ସାଧାରଣ ରୋଗରେ ପରିଣତ ହୋଇଛି। କିନ୍ତୁ ୟୁରୋପ୍‌ରେ ଏହା ଯେଭଳି ବ୍ୟାପୁଛି ତାହା ଅତ୍ୟନ୍ତ ଚିନ୍ତାଜନକ।

ଭାରତରେ ଆଜି ପର୍ଯ୍ୟନ୍ତ ମଙ୍ଗିପକ୍ସ ସଂକ୍ରମଣର କୌଣସି ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ସରକାର ଏ ଦିଗରେ କେତେକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମଙ୍କିପକ୍ସ ଦ୍ବାରା ସଂକ୍ରମିତ ହୋଇଥିବା ଦେଶରୁ ଯେଉଁମାନେ ଭାରତକୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖାଯାଉଛି।

Related Posts