ପଦ୍ମପୁର ପରାଜୟର ହେବ ସମୀକ୍ଷା: ଆଜିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ୱର,୧୭/୧୨(ସତ୍ୟପାଠ ବ୍ୟୁରୋ): ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ପଦ୍ମପୁର ଉପନିର୍ବାଚନ ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ପଦ୍ମପୁର ଉପନିର୍ବାଚନରେ ଦଳ ବିଜୁ ଜନତା ଦଳଠାରୁ ବଡ ବ୍ୟବଧାନରେ ଶୋଚନୀୟ ପରାଜୟ ବରଣ କରିଛି । ତେବେ ଏହି ପରାଜୟର ତର୍ଜମା କରିବାକୁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି । ପରାଜୟର ଦିଗଗୁଡିକୁ ସମୀକ୍ଷା କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଆସୁଛି । ତାଙ୍କର ଗସ୍ତରୁ ଏହା ଜଣାପଡୁଛି ।

ତେବେ ଏହି ଗସ୍ତ ସମୟରେ ଦଳର ଦୁଇ ଦିନିଆ ସାଂଠନିକ ବୈଠକ ହେବାକୁ ଯାଉଛି । ଯେଉଁଥିରେ ସେ ଆଗାମୀ ରଣନୀତି ପ୍ରସ୍ତୁତ କରିବେ । ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା । ଆଗକୁ ସାଧାରଣ ନିର୍ବାଚନ । ତେଣୁ ଦଳ ଏବେଠାରୁ ପ୍ରସ୍ତୁତ ହେଉଛି, ସାଧାରଣ ନିର୍ବାଚନରେ ଭଲ ଫଳ କରିବାକୁ । ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ କରିବାକୁ ଯୋଜନା ହେବ ।

ବିଜେପି ପାଇଁ ଶାସକ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । ତେଣୁ ଦକ୍ଷ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ଆଞ୍ଚଳିକ ସ୍ତରରେ ଦଳର ସ୍ଥିତିକୁ ସମୀକ୍ଷା କରିବା ନିହାତି ଆବଶ୍ୟକ । କେବଳ ବଂଶଲ ନୁହେଁ ଆଗକୁ ପରାଜୟ ସହିତ ଆଗୁଆ ରଣନୀତି କରିବା ପାଇଁ କେନ୍ଦ୍ରୀୟ ନେତାଙ୍କ ଆଗମନ ବଢିବ ବୋଲି କୁହାଯାଉଛି ।

ଆଜିର ବେଠକରେ ଜିଲ୍ଲା ପ୍ରଭାରୀ, ବିଧାୟକ ଓ ସାଂସଦ ସାମିଲ ହେବେ । ଏହା ପରେ ଅପରାହ୍ଣରେ କୋର୍ କମିଟି ବୈଠକ ବସିବ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦଶ୍ୱରୀ ଯୋଗ ଦେଇ ବିଭିନ୍ନ ଦିଗ ପ୍ରତି ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

Related Posts