ପଦ୍ମପୁର ଉପନିର୍ବାଚନର ଫଳାଫଳ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ: ଦେବୀ ମିଶ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବାଜିମାତ କରି ନେଇଛି ବିଜେଡ଼ି । ବିଜେଡିର ଏହି ବିଜୟକୁ ନେଇ ମତ ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି, ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ। ଏବେ ବି ନବୀନଙ୍କ ଭାବମୂର୍ତ୍ତି ବଳବତ୍ତର ରହିଛି।

ନବୀନଙ୍କ ଯୋଗୁଁ ଭୋଟ ପ୍ରତିଶତ ବଢୁଛି। ଲୋକଙ୍କ ଉପରେ ନବୀନଙ୍କ ପ୍ରଭାବ ରହିଛି। ସବୁ ନିର୍ବାଚନ ସମୟରେ ସ୍ଥାନୀୟ ନେତାଙ୍କୁ ଦଳ ଗୁରୁତ୍ବ ଦେଉଛି । ଗାଁ ଗହଳିରେ ବିଜେଡିର ପହଞ୍ଚ ରହିଛି। ମହିଳାଙ୍କୁ ସଦାବେଳେ ବିଜେଡି ଗୁରୁତ୍ବ ଦେଇଛି।

ବର୍ଷା ସିଂ ବରିହାଙ୍କ ପ୍ରତି ବିଜେପି ନେତାଙ୍କ ଆକ୍ଷେପକୁ ନିନ୍ଦା କରିଛନ୍ତି ଦେବୀ ମିଶ୍ର। ମୁଖ୍ୟମନ୍ତ୍ରୀ ଏଭଳି ଆକ୍ଷେପକୁ ନିନ୍ଦା କରିଥିବା ବେଳେ ଏହା ଗ୍ରହଣୀୟ ନୁହେଁ।ଏହା ସାମାଜିକ ଚଳନି ଓ ସଂସ୍କୃତିର ପରିପନ୍ଥୀ। ବିଜେଡି ଲୋକଙ୍କ ବିଶ୍ୱାସ ଭାଜନ ଥିବା ଦଳ। ପ୍ରଥମ ପସନ୍ଦ ଦଳ। ବିଜେଡି ଅର୍ଥବଳରେ ନିର୍ବାଚନ ଲଢ଼ୁଛି ଅଭିଯୋଗ ଉପରେ ଦେବୀ ମିଶ୍ର କହିଛନ୍ତି ଗୁଜୁରାଟ କିପରି ଲଢ଼ୁଥିଲା ବିଜେପି। କେତେ ଟଙ୍କା ଖର୍ଚ୍ଚ କରିଛି ବୋଲି ପ୍ରଶ୍ନ କରିଛନ୍ତି ଦେବୀ ମିଶ୍ର ।

କଂଗ୍ରେସ ଭୋଟ ବିଜେଡି ଆଡ଼କୁ ଗଲା ବୋଲି ପ୍ରଶ୍ନରେ କହିଛନ୍ତି, ଏହା ଅବାନ୍ତର ଯୁକ୍ତି। ଗୁଜୁରାଟରେ ଭୋଟ କୁଆଡ଼େ ଗଲା ? ସାଧାରଣ ଭୋଟ ସ୍ଵିଂଗ ହୋଇଛି। ଅବନ୍ତର ଯୁକ୍ତି କଲେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ତାହା ତାଚ୍ଛଲ୍ୟ।

Related Posts