ପଦ୍ମପୁର ଉପନିର୍ବାଚନ: ପ୍ରଚାର କରିବେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପରେ ଏବେ ପଦ୍ମପୁର ଉପନିର୍ବାଚନ କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏନେଇ ବିଜେପି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ପଦ୍ମପୁର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ଦଳ ପାଇଁ କରିବେ ପ୍ରଚାର।

ବୁଧବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଛନ୍ତି ଏହି ସୂଚନା।ଶ୍ରୀ ମିଶ୍ର କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ ଉଚ୍ଚ ଶିକ୍ଷିତ।

ସେ ନୂଆ କରି ବିଧାନସଭାକୁ ଆସିଛନ୍ତି। ରାଜନୀତିରେ ନୂଆ ହେଲେ ବି ଜଣେ ପୋଖତ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ତାଙ୍କର ପ୍ରଭାବ ନିଶ୍ଚିତ ଭାବେ ଭୋଟରଙ୍କ ଉପରେ ରହିବ।

ସେ କହିଛନ୍ତି, ପଦ୍ମପୁରରେ ଆମେ ନିଶ୍ଚିତ ଜିତିବୁ। ସେଥିପାଇଁ ଆମେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବୁ। ରଣନୀତି ପ୍ରସ୍ତୁତ କରାଯାଇଛି। ସେଠାରେ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଗଲାଣି। ଧାମନଗରରେ ଯେଭଳି ଆମେ ପ୍ରତ୍ୟେକ ଭୋଟରଙ୍କ ସହିତ ଯୋଗାଯୋଗ କରିଥିଲୁ ପଦ୍ମପୁରରେ ମଧ୍ୟ ସେମିତି କରିବୁ। ୨୨ ବର୍ଷ ଧରି ରାଜ୍ୟ ସରକାରଙ୍କ ଅରାଜକତା ବିଷୟରେ ଆମେ ଲୋକଙ୍କୁ କହିବୁ। ଚାଷୀଙ୍କ ପ୍ରତି ଅବହେଳା ମୁଖ୍ୟ ପ୍ରସଙ୍ଗ ହେବ।

ପଦ୍ମପୁର ଉପନିର୍ବାଚନ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହିତ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ବିଜେପି ଦାୟିତ୍ୱ ଦେଇଛି। ଏହାବାଦ୍‌ ଓଡ଼ିଶାର ତିନି କେନ୍ଦ୍ର ମନ୍ତ୍ରୀ ବି ଦାୟିତ୍ୱ ନେବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

Related Posts