ଓ୍ବାଶିଂଟନ: ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ହେଉଛି ପାକିସ୍ଥାନ । ଋଷିଆ-ୟୁକ୍ରେନ ଯୁଦ୍ଧ ଦ୍ୱାରା ବିଶ୍ୱରେ କିଭଳି ପ୍ରଭାବ ପକାଇଛି,ସେହି ବିଷୟରେ ଆଲୋଚନା କରିବା ସମୟରେ ପାକିସ୍ଥାନ କୁ ନେଇ ଏପରି ମନ୍ତବ୍ୟ ଦେଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ କହିଛନ୍ତି,ପାକିସ୍ତାନର ଦୁନିଆର ସବୁଠାରୁ ବିପଜ୍ଜନକ ଦେଶ ମଧ୍ୟରୁ ଗୋଟିଏ।

ସେପଟେ ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ପରେ ପାକିସ୍ଥାନ-ଆମେରିକାର ସମ୍ପର୍କକୁ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଆମେରିକା ପାକିସ୍ଥାନ ଏଫ୍‌-୧୬ ଯୁଦ୍ଧ ବିମାନର ରକ୍ଷଣ ବେକ୍ଷଣକୁ ନେଇ ଆର୍ଥିକ ସହାୟତା ଦେବା ନେଇ ଏକ ପ୍ରସ୍ତାବ ମଞ୍ଜୁର କରିଥିଲା