ତାଲିବାନକୁ ବାଇଡେନଙ୍କ ଚେତାବନୀ: ବନ୍ଦୀ କରି ରଖିଥିବା ନୌସେନାର ଅବସରପ୍ରାପ୍ତ ଅଧିକାରୀଙ୍କୁ ଶୀଘ୍ର ମୁକ୍ତ କର

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଲିବାନକୁ ଚେତାବନୀ ଦେଇଛନ୍ତି | ଆମେରିକା ନୌସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ମାର୍କ ଫ୍ରେରିଚଙ୍କୁ ତାଲିବାନ ବନ୍ଦୀ କରି ରଖିବା ଘଟଣାରେ ଜୋ ବାଇଡେନ ତାଲିବାନକୁ ଚେତାବନୀ ଦେଇଛନ୍ତି । ଶୀଘ୍ର ତାଙ୍କୁ ମୁକ୍ତ କରିବା ପାଇଁ ସେ କହିଛନ୍ତି |

ଆଫଗାନିସ୍ତାନ ଉପରେ ପ୍ରାୟ ୨ଦଶକ ପରେ ଗତବର୍ଷ ତାଲିବାନ ଶାସନ କ୍ଷମତା ହାତେଇଥିବା ବେଳେ ଏବେ ଏହାର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ । ତେବେ ତାଲିବାନ ଶାସନ କ୍ଷମତା ହାତକୁ ନେବା ପରେ ସେଠାରେ ଥିବା ଆମେରିକା ସେନା ସ୍ୱଦେଶ ଫେରି ଆସିଥିଲେ । ଏହି ଘଟଣା ପରେ ଏବେ ପ୍ରଥମଥର ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିରୋଧରେ ଏକ କଡା ବୟାନ ଜାରି କରିଛନ୍ତି ।

ଏହା ବ୍ୟତୀତ ୨ ବର୍ଷରୁ ଅଧିକ ସମୟ ଧରି ବନ୍ଦିଥିବା ଜଣେ ସିଭିଲ ଇଞ୍ଜିନିୟରଙ୍କୁ ମୁକ୍ତ କରିବାକୁ ବାଇଡେନ କହିଛନ୍ତି । ଜୋ ବାଇଡେନଙ୍କ ଏହି ଚେତାବନୀ ପରେ ଆମେରିକା ଓ ତାଲିବାନ ମଧ୍ୟରେ ଦୂରତା ଆହୁରି ବଢି ଯାଇଛି ।

Related Posts