ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ୍ ବାଜୱା ଇସଲାମାବାଦ ସୁରକ୍ଷା ସଂଳାପର ଫୋରମ୍ରୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯଦି ଭାରତ କାଶ୍ମୀର ପ୍ରସଙ୍ଗକୁ ନେଇ ଆଗକୁ ବଢ଼ିବାକୁ ପ୍ରସ୍ତୁତ ତେବେ ଆମେ ଏହି ପ୍ରସଙ୍ଗରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ। ବିଶ୍ୱର ଏକ ତୃତୀୟାଂଶ ଲୋକ କୌଣସି ପ୍ରକାରର ସଂଘର୍ଷରେ ଜଡିତ ଅଛନ୍ତି । ତେଣୁ ଆମେ ଆମ କ୍ଷେତ୍ରର ସଂଘର୍ଷକୁ ସମାପ୍ତ କରିବା ଜରୁରୀ ଅଟେ । ଏହି ପର୍ୟ୍ୟାୟରେ, ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାନ ମଧ୍ୟ ଆମ ପାଇଁ ଚିନ୍ତାର କାରଣ । ସଂଳାପ ଏବଂ କୂଟନୀତି ମାଧ୍ୟମରେ ଏହାର ସମାଧାନ ହେଉ ବୋଲି ଆମେ ଚାହୁଁ। ବିବାଦର ସମାଧାନ ପାଇଁ କଥାବାର୍ତ୍ତା ମଧ୍ୟରେ ହିଁ ସମାପ୍ତ ହେଉ ବୋଲି କହିଛନ୍ତି । ଦୁଇ ଦିନିଆ ଇସଲାମାବାଦ ସୁରକ୍ଷା ସଂଳାପ ୨୦୨୨ କୁ ସମ୍ବୋଧିତ କରି ସେନା ମୁଖ୍ୟ କହିଛନ୍ତି ଯେ ପାକିସ୍ତାନ କ୍ୟାମ୍ପ ରାଜନୀତିରେ ବିଶ୍ୱାସ କରେ ନାହିଁ। ମୁଁ ବିଶ୍ୱାସ କରେ ଯେ ଆଜିଠାରୁ ଅଧିକ ବୈଦ୍ଧିକ ବିତର୍କ ପାଇଁ ସ୍ଥାନଗୁଡ଼ିକର ବିକାଶ ଏବଂ ପ୍ରୋତ୍ସାହନ ଦେବା ଆବଶ୍ୟକ ।

ଯେଉଁଠାରେ ସମଗ୍ର ବିଶ୍ୱରୁ ଲୋକମାନେ ଏକତ୍ରିତ ହୁଅନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅର୍ଥନୈତିକ ଏବଂ ରଣନୈତିକ ଦ୍ୱନ୍ଦ୍ୱରେ ଅବସ୍ଥିତ ଦେଶ ଭାବରେ ପାକିସ୍ତାନ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି। ପାକିସ୍ତାନର ଆର୍ମି ଷ୍ଟାଫ୍ ମୁଖ୍ୟ କହିଛନ୍ତି ଯେ ପାକିସ୍ତାନର ପ୍ରଥମ ଜାତୀୟ ସୁରକ୍ଷା ନୀତି ହେଉଛି ଆମର ନାଗରିକଙ୍କ ସୁରକ୍ଷା, ନିରାପତ୍ତା, ସମ୍ମାନ ଏବଂ ସମୃଦ୍ଧତାକୁ ଆମର ସୁରକ୍ଷା ନୀତିର କେନ୍ଦ୍ରରେ ରଖିବା। ଆତଙ୍କବାଦକୁ ପରାସ୍ତ କରିବା ପାଇଁ ପାକିସ୍ତାନର ସୁରକ୍ଷା ବାହିନୀ ଅସଂଖ୍ୟ ବଳିଦାନ ଦେଇଛନ୍ତି। ତେବେ ଆତଙ୍କବାଦ ତଥା ହିଂସାବାଦୀ ଉଗ୍ରବାଦ ପ୍ରତି ବିପଦ ରହିଥିବା ସେ କହିଛନ୍ତି। ଏହି ପ୍ରସଙ୍ଗରେ ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାର ଏବଂ ଅନ୍ୟ ପଡ଼ୋଶୀମାନଙ୍କ ସହିତ କାର୍ୟ୍ୟ କରିବ ବୋଲି କହିଛନ୍ତି ।