ପାଲଲହଡ଼ା ପୋଲିସର ବର୍ବରତା; ଯୁବକଙ୍କୁ ଥାନାରେ ଥାର୍ଡ଼ ଡିଗ୍ରୀ ଅଭିଯୋଗ

ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ପାଲଲହଡ଼ା ପୋଲିସର ବର୍ବରତା। ଯୁବକଙ୍କୁ ଥାନାରେ ଥାର୍ଡ଼ ଡିଗ୍ରୀ ଅଭିଯୋଗ। ବିବାଦ ରେ ପାଳଲହଡା ପୋଲିସ । ପୋଲିସ ବିରୁଦ୍ଧ ରେ ଥାର୍ଡ଼ ଡିଗ୍ରୀ ଦେଇଥିବା ଅଭିଯୋଗ ଆଣିଛନ୍ତି ଖମାର ଥାନା ଅନ୍ତର୍ଗତ, ଜଗନ୍ନାଥ ପୁର ଗ୍ରାମ ର ଆଦିତ୍ୟ ବେହେରା ।

ସୂଚନା ଅନୁସାରେ, ପାଳଲହଡା ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ବୃଦ୍ଧି ହେବାରେ ଲାଗିଛି । ଗତ ତିନିମାସ ତଳେ ସନ୍ଧ୍ୟା ସମୟରେ ଥାନା ଠାରୁ ମାତ୍ର ପଚାଶ ମିଟର ଦୁର ସାମନ୍ତ ସାହିରେ ଜଣେ ଗ୍ରାହକ ସେବା କେନ୍ଦ୍ର ମାଲାକ ଘରକୁ ଯାଉଥିବା ବେଳେ କିଛି ଦୂର୍ବୃତ୍ତ ତିନି ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଝାମ୍ପି ନେଇଥିଲେ ହେଲେ ଏଯାବତ ପୋଲିସ ତାର ଟେର ପାଇ ପାରି ନଥିଲା । ତେବେ ଗତ ମଙ୍ଗଳବାର ଦିନ ଅପରାହ୍ନ ଚାରିଟା ସମୟରେ ଜଣେ ବ୍ୟକ୍ତି ଏକଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଯାଉଥିବା ବେଳେ ବସଷ୍ଟାଣ୍ଡ ପାଖରୁ ତାଙ୍କ ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ହୋଇଗଲା ।ଏହି ଚୋରି ଘଟଣା ପରେ ପାଲଲହଡା ପୋଲିସ ସେହି ମଙ୍ଗଳବାର ବିଳମ୍ବିତ ରାତି ରେ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ ଗାଁ ର ଆଦିତ୍ୟ ବେହେରାକୁ ଘରୁ ଉଠେଇ ଆଣିଥିଲା।

ତେବେ ଆଦିତ୍ୟଙ୍କୁ ଥାନା ରେ ଏସ.ଆଇ ଗୋବିନ୍ଦ ସାହୁ ଥାର୍ଡ଼ ଡିଗ୍ରୀ ଦେଇଥିବା ଅଭିଯୋଗ ଆଣିଛନ୍ତି ନିଜେ ଆଦିତ୍ୟ ଏବଂ ତାଙ୍କ ପରିବାର ଲୋକେ I ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ସରକାରୀ ନିୟମ ଅନୁସାରେ ଆଦିତ୍ୟକୁ ଯେତେବେଳେ ତା ଘରୁ ପୋଲିସ ଉଠାଇ ଆଣିଲା ସେତେବେଳେ ଖମାର ଥାନା ର ସହାୟତା ବା କୈଣସି ସୂଚନା ନଦେଇ ଉଠାଇ ଆଣିଥିଲା। ତା ପରଦିନ ସକାଳେ ଆଦିତ୍ୟ ର ପରିବାର ଲୋକ ଥାନା କୁ ଆସିବା ପରେ ପୋଲିସ ଆଦିତ୍ୟ ଙ୍କୁ ଛାଡି ଦେଇଥିଲା , ପୋଲିସ ମାଡ଼ ରେ ଆଦିତ୍ୟ ଙ୍କ ହାତ, ଗୋଡରେ ଆଘାତ ଲାଗିଥିବା ଆଦିତ୍ୟ ଅଭିଯୋଗ କରିବାପରେ ଘର ଲୋକ ପ୍ରଥମେ ଆଦିତ୍ୟ ଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I

ଅନ୍ୟପଟେ ପାଲଲହଡା ପୋଲିସ ଏ ଘଟଣା ରେ ମୁହଁ ଖୋଲୁନଥିବା ବେଳେ ଥାର୍ଡ଼ ଡିଗ୍ରୀ ଦେଇଥିବା ପୋଲିସ କର୍ମଚାରୀ ମାନଙ୍କ ବିରୁଦ୍ଧ ରେ ପରିବାର ଲୋକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I ସେହିପରି ବିଜେପି ନେତା ଅଶୋକ ମହାନ୍ତି ପୋଲିସର ଏତାଦୃଶ କାର୍ଯ୍ୟ କୁ ନିନ୍ଦା କରିବା ସହ ଆଦିତ୍ୟ କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିବା ସହ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ପାଳଲହଡା ଥାନା ଘେରାଉ କରିବେ ବୋଲି ରୋକଠୋକ ସୂଚନା ଦେଇଛନ୍ତି। ଏହି ଘଟଣା ଏବେ ସାରା ରଜ୍ୟରେ ଚାଞ୍ଚଲ୍ଯ ଖେଳାଇ ଦେଇଥିବା ବେଳେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related Posts