ପାଳଲହଡା: ବେଆଇନ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ

ପାଳଲହଡା (ସତ୍ୟପାଠ ବ୍ୟୁରୋ): ପାଲଲହଡା ଥାନା ଅନ୍ତର୍ଗତ ବରଡ଼ିହ ପଞ୍ଚାୟତ ଅନ୍ତର୍ଗତ ଶୀଲକଳା ଗାଁରେ ବେଆଇନ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ | ଆଖପାଖ ଅଂଚଳରେ ବିକ୍ରି କରିବା ଉଦ୍ଦେଶ୍ୟରେ ଘରେ ରଖିଥିବା ଗୋଟିଏ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ, ବନ୍ଧୁକ ତିଆରିରେ ବ୍ୟବହୃତ ବହୁ ସରଞ୍ଜାମ ଜବତ କରିବା ସହ ଜଣକୁ ଗିରଫ କରିଛି ପାଳଲହଡା ପୋଲିସ| ଗିରଫ ଜଣକ ସେହି ଗ୍ରାମର ଜର୍ଜ କମାଲ (୬୦) ବୋଲି ଜଣାପଡିଛିଜ଼|

ସୂଚନା ଅନୁସାରେ, ପାଳଲହଡା ଥାନା ଅନ୍ତର୍ଗତ ବରଡ଼ିହ ପଞ୍ଚାୟତର ସଲେଇ ଗ୍ରାମରେ ଦେଶୀ ବନ୍ଧୁକ ତିଆରି ହେଉଥିବାର ଖବର ପାଇ ଶୁକ୍ରବାର ପାଲଲହଡା ପୋଲିସର ଏକ ସ୍ୱତନ୍ତ୍ର ଟିମ ଅତର୍କିତ ଚଢ଼ାଉ କରିଥିଲା| ସଲେଇ ଗାଁର ଜର୍ଜ କମାଲଙ୍କ ଘରେ ପୋଲିସ ଚଢ଼ାଉ ବେଳେ ଗୋଟିଏ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରିରେ ବ୍ୟବହୃତ ବହୁ ସରଞ୍ଜାମ ଜବତ କରିଛି| ଏହାସହିତ ବେଆଇନ ବନ୍ଧୁକ ଘରେ ରଖିବା, ବିକ୍ରି କରିବା ଉଦ୍ଦେଶ୍ୟରେ ତିଆରି କରିବା ଆଦି ଅଭିଯୋଗରେ ଜର୍ଜ କମାଲଙ୍କୁ ଗିରଫ କରିଛି ପୋଲିସ I ଦୀର୍ଘଦିନ ହେବ ଜର୍ଜ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି କରି 5 ରୁ 10 ହଜାର ଟଙ୍କାରେ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିବା ଜଣାପଡିଛି|

ପ୍ରକାଶ ଥାଉ କି, ଗତକାଲି ଖମାର ପୋଲିସର ଏକ ଟିମ ମଧ୍ୟ ଜାମ୍ବୁଆ ଗ୍ରାମରେ ଚଢ଼ାଉ କରି ଏକ ବେଆଇନ ଦେଶୀ ବନ୍ଧୁକ ସହ କିଛି ସରଞ୍ଜାମ ଜବତ କରିଥିଲା | ସେହି ଗ୍ରାମର ବଣୁ କିସାନ ନବକ ବ୍ୟକ୍ତିକୁ ଗିରଫ ମଧ୍ୟ କରିଥିଲା | ତେବେ ଦୁଇଦିନ ମଧ୍ୟରେ ଦୁଇ ଦୁଇଟି ବନ୍ଧୁକ ତିଆରି କାରଖାନା ଠାବ ହେବା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି|

ରିପୋର୍ଟ: ସୁବ୍ରତ ଦାସ (ପାଳଲହଡା)

Related Posts