ପଞ୍ଚାୟତ ନିର୍ବାଚନ: ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ହେବ ଭୋଟ ଗ୍ରହଣ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତା କାଲି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ହେବ ଭୋଟ ଗ୍ରହଣ । ଏନେଇ ପ୍ରସ୍ତୁତି ଶେଷ ହୋଇଛି । ୧୩, ୫୧୪ ବୁଥରେ ହେବ ମତଦାନ,ଏହା ପୁର୍ବରୁ ୨୫୯ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପାଟ୍ରୋଲିଂ ପାଇଁ ୧୧୪୮ଟି ମୋବାଇଲ ୟୁନିଟ ଗଠନ କରାଯାଇଛି । ଗତ ଚାରୋଟି ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

ଏପର୍ଯ୍ୟନ୍ତ ନିର୍ବାଚନ ସମୟରେ ହିଂସା କରି ମୋଟ ୧୭୪ ଜଣ ଗରିଫ ହୋଇଛନ୍ତି । ଏଥି ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୦୩ ଜଣ, ପୁରୀରୁ ୨୪, ଢେଙ୍କାନାଳରୁ ୧୦ ଓ ଜଗତସିଂପୁର ଜିଲ୍ଲାରୁ ୭,କେନ୍ଦ୍ରାପଡ଼ାରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଏହିଭଳି ନିର୍ବାଚନ ସମୟରେ ବିଞ୍ଝାରପୁର ବ୍ଲକରେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ଆଉ ୩ ଜଣ କରିଛି ପୋଲିସ । ପୂର୍ବରୁ, ଏହି ସଂପର୍କରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା ।

Related Posts