ରିଲିଜ୍ ହେଲା ପାନିପତର ଟ୍ରେଲର

ଇତିହାସର ଏଭଳି ଏକ ଗାଥା ରହିଛି ଯାହାକୁ ଭାରତ ଏବେ ସୁଦ୍ଧା ଶୁଣୁଛି। ଏବେ ବଲିଉଡ ପରଦାରେ ଏହାକୁ ଚିତ୍ରିତ କରାଯାଇଛି। ଆଶୁତୋଷ ଗୋୱାରିକର ଭବ୍ୟ ସେଟ୍ ଏବଂ ଦମଦାର ଆକ୍ସନ ଥିବା ଫିଲ୍ମ ପାନିପତର ଟ୍ରେଲର ରିଲିଜ୍ କରିଛନ୍ତି। ଫିଲ୍ମରେ ସଞ୍ଜୟ ଦତ୍ତ, ଅର୍ଜୁନ କାପୁର, କୃତି ସେନନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ତିନି ଜଣ ଫିଲ୍ମର ପ୍ରତ୍ୟେକ ସିନକୁ ଦମଦାର କରିଛନ୍ତି। ଅହମ୍ମଦ ଶାହାଙ୍କ ଭୂମିକାରେ ଥିବା ସଞ୍ଜୟ ଦତ୍ତ ଫିଲ୍ମରେ ଧମାକାଦାର ଅଭିନୟ କରିଛନ୍ତି।

ଏହି ଅର୍ଜୁନ କପୁର ସଦାଶିବ ଭାଓ ଭୂମିକାରେ ଅଛନ୍ତି। ସେ ପେଶୱା ବାଜିରାଓଙ୍କ ପ୍ରଥମ ଭଣଜା ଥିଲେ। ଫିଲ୍ମ ପାଇଁ ଅର୍ଜୁନ ଲଣ୍ଡା ହୋଇଛନ୍ତି। ଏଥିପାଇଁ ତାଙ୍କୁ ତାଙ୍କର ଲୁକ ଚେଞ୍ଜ କରିବାକୁ ପଡିଥିଲା। ସେହିପରି କୃତ୍ତି ମରାଠା ମହାରାଣୀ ଭୂମିକାରେ ଅଛନ୍ତି। ତାଙ୍କ ନାମ ପାର୍ବତୀ ବାଇ ଅଛି। ଏହି ଫିଲ୍ମ ଐତିହାସିକ ଆଧାରରେ ନିର୍ମାଣ କରାଯାଇଛି। ତେବେ ଫିଲ୍ମ ଡିସେମ୍ବର ୬ ରେ ରିଲିଜ ହେବାକୁ ଯାଉଛି।

Related Posts