ପାର୍ଥ ଚାଟାର୍ଜୀ ଦଳ ପାଇଁ କ୍ୟାନସର ଭଳି ଥିଲେ, ତେଣୁ ତାଙ୍କୁ ଦଳରୁ କାଟି ଫିଙ୍ଗି ଦିଆଗଲା : ଟିଏମସି ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଦୁର୍ନୀତି ଅଭିଯୋଗ ଗିରଫ ହେବା ପରେ ତାଙ୍କ ପାଇଁ ଟିଏମସି ନେତାଙ୍କ ସ୍ୱର ବଦଳିଛି। ପାର୍ଥ ଚାଟାର୍ଜୀ ଦଳ ପାଇଁ କ୍ୟାନସର ଭଳି ଥିଲେ, ତାଙ୍କୁ ଦଳରୁ ବାହାର କରିଦେବା ଉତିତ ଥିଲା ବୋଲି ଟିଏମ୍‌ସି ନେତା ପ୍ରବୀର ଶାହ କହିଛନ୍ତି। ନୂଆ ବେରାକପୁର ମ୍ୟୁନିସିପାଲଟିର ଚେୟାରମ୍ୟାନ୍ ଥିବା ପ୍ରବୀର ଏକ ଜନସଭାକୁ ସମ୍ବୋଧନ କରି ପାର୍ଥଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏନେଇ ପ୍ରବୀର କହିଛନ୍ତି ଯେ ପାର୍ଥ ଏକ କ୍ୟାନ୍‌ସର ଥିଲେ। ତେଣୁ ତାଙ୍କୁ ଶରୀରୁ କାଟି ଫିଙ୍ଗି ଦିଆଗଲା। ଯେବେ ବି ଶରୀରରେ କ୍ୟାନ୍‌ସର ହୋଇଥାଏ ତାକୁ ଶରୀରରୁ କାଢି ଫିଙ୍ଗିଦିଆଯାଏ। ପାର୍ଥ ଦୁର୍ନୀତିରେ ଲିପ୍ତ ରହିଥିବାରୁ ଦଳ ତାଙ୍କୁ କାଟି ଫିଙ୍ଗି ଦେଇଛି।

ସୂଚନା ଥାଉକି ପାର୍ଥ ଚାଟାର୍ଜୀ ଜୁଲାଇ ମାସରେ ଗିରଫ କରିଥିଲା ଇଡି। ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିବା ଅଭିଯୋଗ ତାଙ୍କ ନାଁରେ ଆସିଥିଲା। ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟି ନଗଦ ଟଙ୍କା ଓ ସୁନା ଗହଣା ବାହାରିଥିଲା। ଏହାପରେ ଦଳରୁ ମଧ୍ୟ ତାଙ୍କୁ ନିଲମ୍ବିତ କରାଯାଇଛି।

Related Posts