(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନାରୁ ସୁସ୍ଥ ହୋଉଥିବା ଲୋକମାନେ କେବେ ଟିକା ? ଏହି ପ୍ରଶ୍ନର ଉତ୍ତର ଦେଇଛି NTAGI । ଏହି ସଂସ୍ଥା ପକ୍ଷରୁ କୁହଯାଇଛି ଯେ କରୋନାରୁ ସୁସ୍ଥ ହେଉଥିବା ଲୋକମାନେ ୬ ମାସ ଯାଏ ଟିକା ନନେବା ଉଚିତ୍ । ଏହାସହ ଗର୍ଭବତୀଙ୍କୁ ନିଜ ଇଚ୍ଛା ଅନୁସାରେ ଟିକା ନେବାକୁ ଅନୁମତି ଦିଆଯାଉ ବୋଲି କୁହାଯାଇଛି । ଟିକାକରଣକୁ ନେଇ ଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପର ସଦସ୍ୟମାନେ ସରକାରଙ୍କୁ ଏହି ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ପ୍ୟାନେଲ କହିଛି ଯେ, ଯେଉଁମାନେ ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହୋଇଛନ୍ତି, ସେମାନେ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଟିକା ନନେବା ଉଚିତ୍ । ସେମାନେ ଦ୍ୱିତୀୟ ଡୋଜ ନେବା ପାଇଁ ୪ରୁ ୬ ସପ୍ତାହ ଅପେକ୍ଷା କରିବା ଉଚିତ। ଯେଉଁ କରୋନା ଆକ୍ରାନ୍ତଙ୍କୁ ମୋନୋକୋଲନାଲ ଆଣ୍ଟିବଡି କିମ୍ବା କୋନଭାଲସେଣ୍ଟ ପ୍ଲାଜମା ଦିଆଯାଇଛି, ସେମାନେ ସୁସ୍ଥ ହେବାର ୩ ମାସ ପରେ ଟିକା ନେବାକୁ ଏହି ସଂସ୍ଥା ପରାମର୍ଶ ଦେଇଛି । ଏତଦ୍ ବ୍ୟତୀତ ଅଲଗା ରୋଗ ଅଲଗା ରୋଗରୁ ସୁସ୍ଥ ହେଉଥିବା ବ୍ୟକ୍ତି ମାନେ ୪ରୁ ୮ ସପ୍ତାହ ପରେ କରୋନା ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି। ଏହି ପ୍ୟାନେଲ ଦେଇଥିବା ପ୍ରସ୍ତାବ ବର୍ତ୍ତମାନ NEGVAC ପାଖକୁ ଯିବ। NEGVAC ହିଁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ।
Related Posts
-
Copyright © SatyaPatha2021