ପ୍ରଫେଟ ବିବାଦ; ସହାରନପୁରରେ ୫୪ଜଣ ପ୍ରଦର୍ଶନକାରୀ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିଲା ମନ୍ତବ୍ୟକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହା ମଧ୍ୟରେ ୟୁପିର ସହାରନପୁରରେ ମଧ୍ୟ ନୂପୁର ଶର୍ମା ଦେଇଥିବା ବିବୃତିକୁ ନେଇ ହିଂସା ହୋଇଥିବା ବେଳେ ପୁଲିସ ଏପର‌୍ୟ୍ୟନ୍ତ ୫୪ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରିସାରିଛି। ବିନା ଅନୁମତିରେ ପ୍ରଦର୍ଶନ କରିଥିବାରୁ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସହାରନପୁରର ବରିଷ୍ଠ ପୁଲିସ ଅଧୀକ୍ଷକ କହିଛନ୍ତି। ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଧରାପଡିଥିବା ଲୋକଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମସ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ମଧ୍ୟ ଲାଗୁ କରାଯିବବୋଲି କୁହାଯାଇଛି। ଏହା ସହ ୫୪ଜଣଙ୍କୁ ଗିରଫ କରାଯିବା ପରେ ଏପର‌୍ୟ୍ୟନ୍ତ ମୋଟ ୨୩୫ଜଣଙ୍କୁ ଗିରଫ କରାଯାଇସାରିଛି। ଅନ୍ୟପକ୍ଷରେ, ଗତକାଲି ପ୍ରତିବାଦକାରୀମାନେ ପୁଲିସ ସହିତ ସଂଘର୍ଷ କରିବା ପରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଅନେକ ପ୍ରାନ୍ତରେ କର୍ଫ୍ୟୁ ଜାରି କରାଯାଇଛି। ନୂପୁର ଶର୍ମାଙ୍କୁ ଗିରଫ କରାଯାଉ ବୋଲି ପ୍ରତିବାଦକାରୀମାନେ ଦାବି କରିଥିଲେ। ଟେକାପଥର ଫିଙ୍ଗିବାରୁ ପ୍ରତିବାଦକାରୀମାନଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଫାଙ୍କା ଗୁଳି ଚାଳନା କରିବା ସହ ଲାଠି ଚାର୍ଜ କରିଥିଲା।

Related Posts