
ଚେନ୍ନାଇ: ଆର୍ଏସ୍ଏସ୍ କର୍ମୀଙ୍କ ଘରେ ପେଟ୍ରୋଲ ବୋମାମାଡ଼ କଲେ ଦୁର୍ବୃତ୍ତ । ତାମିଲନାଡୁ ଚେନ୍ନାଇ ନିକଟସ୍ଥ ତମ୍ବାବରମରେ ଥିବା ଆର୍ଏସ୍ଏସ୍ କର୍ମୀ ସୀତାରମଣଙ୍କ ଘର ଉପରକୁ କିଛି ଦୂର୍ବୁତ ଶନିବାର ପେଟ୍ରୋଲ ବୋମା ଫିଙ୍ଗିଛନ୍ତି । ଅପରାଧିକୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଦେଶରେ ପିଏଫ୍ଆଇର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରାଯାଉଥିବାରୁ ଏହି ରାଗରେ ଆକ୍ରମଣ କରାଯାଉଥିବା କୁହାଯାଉଛି। ଗତ ୨୪ ଘଣ୍ଟାରେ ୩ ଥର ଏଭଳି ଘଟଣା ଘଟିଲାଣି।
ତାଙ୍କର ଘର ଉପରେ ହୋଇଥିବା ଆକ୍ରମଣକୁ ନେଇ ଆର୍ଏସ୍ଏସ୍ କର୍ତ୍ତା ସୀତାରମଣ କହିଛନ୍ତି ଯେ ଭୋର ୪ ସମୟରେ ତାଙ୍କ ଘର ଆକ୍ରମଣ ହୋଇଥିଲା। ସର୍ଟ ସର୍କିଟ ଭାବି ପୁଲିସକୁ ଡାକିବା ପରେ ପୁଲିସ ଅଭିଯୁକ୍ତର ସିସିଟିଭି ଫୁଟେଜ୍ ନେଇଛି ବୋଲି ସୀତାରମଣ ଏଏନ୍ଆଇକୁ ସୂଚନା ଦେଇଛନ୍ତି।
ସେହିପରି କୋଏମ୍ବାତୁରର କୋଭାଇପୁଡୁର ସମାନ ଘଟଣା ଘଟିଥିଲା। ଜଣେ ଅଜଣା ବ୍ୟକ୍ତି ଆର୍ଏସ୍ଏସ୍ କର୍ମୀଙ୍କ ଘର ଉପରେ ପେଟ୍ରୋଲ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା। ଏହି ଘଟଣା ପରଠାରୁ ସେଠାରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଘଟଣାରେ କୌଣସି କ୍ଷତି ହୋଇ ନାହିଁ।
ଅନ୍ୟପଟେ କେରଳର କାନପୁର ଆର୍ଏସ୍ଏସ୍ ଅଫିସରେ ମଧ୍ୟ ପେଟ୍ରୋଲ ବୋମା ଫିଙ୍ଗାଯାଇଥିଲା।