ଆଜିଠୁ ଦୁଇ ଦିନିଆ ଧର୍ମଘଟକୁ ଓହ୍ଲାଇବେ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍: ବନ୍ଦବି ରହିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ସରକାର ଟାକ୍ସ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି। ଏନେଇ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି | ତୈଳ କମ୍ପାନୀମାନଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି।

ତେବେ ଏନେଇ ନିଜ ଦାବି ଜଣାଇବା ପାଇଁ ଧର୍ମଘଟର ଡାକରା ଦେଇଛନ୍ତି | ଆଜିଠୁ ଦୁଇ ଦିନ ପାଇଁ ଧର୍ମଘଟକୁ ଓହ୍ଲାଇବ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍। ଆଜି ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ। ଆସନ୍ତାକାଲି ମଧ୍ୟ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଯଦି ଆଗାମୀ ଦିନରେ ଦାବିପୂରଣ ନ ହେଲେ ତୈଳ କମ୍ପାନୀ ବିରୋଧରେ ଆଇନର ସହାୟତା ନିଆଯିବ ବୋଲି କୁହାଯାଇଛି।

ଦୁଇ ଦିନ ଧରି ତୈଳ କମ୍ପାନୀମାନଙ୍କ ଠାରୁ କୌଣସି ପ୍ରଡକ୍ଟ କିଣା ହେବ ନାହିଁ ବୋଲି ଡିଲର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି।

ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଯେ ଯଦି ଭ୍ୟାଟ୍ ଓ ଏକ୍ସସାଇଜ୍ ଡ୍ୟୁଟି କମାଉଛନ୍ତି ସେମାନେ ଗ୍ରାଜୁଆଲି କମାନ୍ତୁ। ଯେତେ ଟଙ୍କା କମିଲେ ମଧ୍ୟ ଆମେ ଜନସାଧାରଣଙ୍କ ସାଙ୍ଗରେ ଅଛୁ। ରେଟ୍‌ କମିଲେ ଆମେ ଖୁସି। କିନ୍ତୁ ସରକାର ଯେପରି ଭାବେ କମାଉଛନ୍ତି ଡିଲରମାନଙ୍କୁ ପମ୍ପ ଚଳାଇବା ଭାରି କଷ୍ଟ ହୋଇପଡ଼ୁଛୁ।

ବର୍ତ୍ତମାନ ପେଟ୍ରୋଲରେ ଏକ୍ସାଇଜ୍‌ ଡ୍ୟୁଟି ୯ଟଙ୍କା ୫୦ ପଇସା କମିଲା, ଡିଜେଲରେ ୭ଟଙ୍କା କମିଲା। ଯାହାଫଳରେ ରାତିରାତି ଜଣେ ଡିଲରର ୧୦ରୁ ୧୨ ଲକ୍ଷ ଟଙ୍କା କ୍ଷତି ହେଉଛି। ଜନ ସାଧାରଣ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୁଇ ଦିନ ଦିନରେ ପ୍ରେଟୋଲ ପମ୍ପ ଖୋଲା ରହିବ। ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ।

Related Posts