ଗୟାରୁ ମୃତାବସ୍ଥାରେ ମିଳିଲେ କୁଖ୍ୟାତ ନକ୍ସଲ୍ କମାଣ୍ଡର୍ ସନ୍ଦୀପ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୟାରୁ ମୃତାବସ୍ଥାରେ ମିଳିଲେ କୁଖ୍ୟାତ ନକ୍ସଲ୍ କମାଣ୍ଡର୍ ସନ୍ଦୀପ ଯାଦବ । ସନ୍ଦୀପ ଯାଦବଙ୍କୁ ନିରାପତ୍ତା ବଳ ରହସ୍ୟମୟ ପରିସ୍ଥିତିରେ ମୃତାବସ୍ଥାରେ ଉଦ୍ଧାର କରିଥିବା କଥା ଗଣମାଧ୍ୟମ ରିପୋର୍ଟ କରିଛି। କିନ୍ତୁ, ସନ୍ଦୀପଙ୍କ ମୃତ୍ୟୁ କଥା ଗୁରୁବାର ଦିନ ହିଁ ପୁଲିସ ସୁନିଶ୍ଚିତ କରି ଜଣାଇଛି। ବିହାର ଓ ଝାଡ଼ଖଣ୍ଡ ସମେତ ୬ଟି ରାଜ୍ୟରେ ପ୍ରାୟ ୫୦୦ ମାମଲାରେ ତାଙ୍କୁ ଖୋଜାପଡ଼ିଥିଲା। ତାଙ୍କୁ ଧରିବା କିଂବା ମାରିବା ପାଇଁ ବିଭିନ୍ନ ରାଜ୍ୟ ସରକାରମାନେ ୮୩ ଲକ୍ଷ ଟଙ୍କା ପୁରସ୍କାର ଘୋ‌ଷଣା କରିଥିଲେ।

ଗୟାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ହରପ୍ରୀତ୍ କୌର୍ ଗଣମାଧ୍ୟମକୁ କହିଛନ୍ତି, ବିଭିନ୍ନ ରାଜ୍ୟ ସରକାରଙ୍କଦ୍ବାରା ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ଘୋଷିତ (ଧରିବା କିଂବା ମାରିବା ପାଇଁ) ନକ୍ସଲ୍ କମାଣ୍ଡର୍ ସନ୍ଦୀପ ଯାଦବଙ୍କୁ ଗୟାରେ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

Related Posts