ବିମାନ ଉଡାଣ ବେଳେ ବେହୋସ୍ ହୋଇଗଲେ ପାଇଲଟ: ଜଣେ ଯାତ୍ରୀ ଟ୍ରାଫିକ୍ କଣ୍ଟ୍ରୋଲର୍ସର ସହାୟତାରେ ବିମାନଟିକୁ ସୁରକ୍ଷିତ ଭାବେ କଲେ ଅବତରଣ

ଫ୍ଲୋରିଡା: ଆମେରିକା ଫ୍ଲୋରିଡାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏକ ବଡ଼ ବିପଦ ଟଳିଛି । ଯାତ୍ରାକୁ ଉପସ୍ଥିତି ବୃଦ୍ଧି ଏକ ବଡ଼ ବିପଦକୁ ମାତ ଦେଇଛି ।

ପାମ୍ ବିଚ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ସୁରକ୍ଷିତ ଅବତରଣ ଚର୍ଚ୍ଚାର ବିଷୟ ପାଲଟିଛି । ଦି ମିରର ରିପୋର୍ଟ ଅନୁସାରେ ଜଣେ ଯାତ୍ରୀ ଟ୍ରାଫିକ୍ କଣ୍ଟ୍ରୋଲର୍ସର ସହାୟତାରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇଛନ୍ତି ।

ଯାତ୍ରୀ ଜଣଙ୍କ ଟ୍ରାଫିକ୍ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ ଯେ ସେସନା କାରଭାନ ବିମାନର ପାଇଲଟ୍ ହୋସ୍‌ରେ ନାହାନ୍ତି । ହଠାତ୍ ପାଇଲଟ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଏହି ସମୟରେ ବିମାନଟି ଗନ୍ତବ୍ୟସ୍ଥଳଠାରୁ ୧୧୨ କିଲୋମିଟର ଦୂରରେ ଥିଲା ।

ଏହି ବିମାନରେ ୧୪ ଜଣ ଯାତ୍ରୀ ବସିବାର ସୁବିଧା ଥିବା ବେଳେ ଏହାକୁ ଘଣ୍ଟା ପ୍ରତି ୩୪୬ କିଲୋମିଟର ବେଗରେ ଉଡାଯାଇପାରିବ ।

ଟ୍ରାଫିକ୍ କଣ୍ଟ୍ରୋଲ ତରଫରୁ ପୋଜିସନ୍ ପଚରାଯିବାରୁ ଯାତ୍ରୀ ଜଣଙ୍କ କହିଥିଲେ ଯେ ତାଙ୍କୁ ସେ ସମ୍ପର୍କରେ କିଛି ଜଣାନାହିଁ । ଯାତ୍ରୀ ଜଣଙ୍କ କହିଥିଲେ ତାଙ୍କୁ ସାମ୍ନାରେ ଫ୍ଲୋରିଡା କୋଷ୍ଟ ଦେଖାଉଛି । ଟ୍ରାଫିକ୍ କଣ୍ଟ୍ରୋଲ ଯାତ୍ରୀଙ୍କୁ ବିମାନର ଓ୍ବିଙ୍ଗ୍ ଲେଭଲ୍ ନିୟନ୍ତ୍ରଣ କରିବା ଏବଂ କୋଷ୍ଟ ସହ ଚାଲାଇବାକୁ କହିଥିଲେ । ଏହାସହ ଟ୍ରାଫିକ୍ କଣ୍ଟ୍ରୋଲ କର୍ମଚାରୀ ବିମାନକୁ ଲୋକେଟ୍ କରିବା ପ୍ରୟାସରେ ଲାଗିପଡିଥିଲେ । କଣ୍ଟ୍ରୋଲର୍ସ ବିମାନକୁ ତଳକୁ ଆଣିବାକୁ ଯାତ୍ରୀଙ୍କୁ ସାହାଯ୍ୟ କରିଥିଲେ ଏବଂ ଖୁବ୍ ଶୀଘ୍ର ବିମାନଟିକୁ ଟ୍ରେସ୍ କରିଦେଇଥିଲେ । କଣ୍ଟ୍ରୋଲର୍ସଙ୍କ ଗାଇଡଲାଇନରୁ ଯାତ୍ରୀ ଜଣଙ୍କ ବିମାନଟିକୁ ସୁରକ୍ଷିତ ଅବତରଣ କରାଇବାରେ ସଫଳ ହୋଇଥିଲେ ।

Related Posts