ଟେକ୍‌ ଅଫ୍‌ ପୂର୍ବରୁ ଜଳିଗଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟେକ୍‌ ଅଫ୍‌ ପୂର୍ବରୁ ଜଳିଗଲା ଯାତ୍ରୀବାହୀ ବିମାନ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ମସ୍କଟରୁ କୋଚିନ ଆସିବାକୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏହି ଦୁର୍ଘଟଣା ଘଟିଛି। ଧୂଆଁ ବାହାରିବା ପରେ ବିମାନ ଉଡାଣ ବାତିଲ କରାଯାଇଛି।

ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସର ଫ୍ଲାଇଟ୍‌ IX 442 ମସ୍କଟ୍‌ରୁ କୋଚିନ୍‌ ପାଇଁ ଉଡାଣ ଭରିଥାଆନ୍ତା।ସମସ୍ତ ପ୍ରସ୍ତୁତି ସରିଥିଲା। ବିମାନ ଭିତରେ ସମସ୍ତ ଯାତ୍ରୀ ମଧ୍ୟ ବସି ଯାଇଥଇଲେ। ତେବେ ହଠାତ୍‌ ପଛ ପଟ ବିମାନ ଦ୍ୱାରରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଳା। ଏହାରେ ଫ୍ଲାଇଟ୍‌ ଟେକ୍‌ ଅଫ୍‌ ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା।

ଏହି ଦୁର୍ଘଟଣା ବେଳେ ବିମାନ ଭିତରେ ୧୪୭ ଯାତ୍ରୀଙ୍କ ସମେତ ୬ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଯାତ୍ରୀଙ୍କ ମଧ୍ୟରେ ୪ ଜଣ ନବଜାତ ଶିଶୁ ଥିଲେ। ତେବେ ଏସମସ୍ତଙ୍କୁ ସୁରକ୍ଷିତ ଭାବେ ବିମାନ ଭିତରୁ ଉଦ୍ଧାର କରାଯାଇ ଟର୍ମିନାଲ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଇଞ୍ଜିନୟର୍ସଙ୍କ ଟିମ୍‌ ବିମାନର ଯାଞ୍ଚ କରୁଛନ୍ତି। ଏହି ଘଟଣା ପରେ ମସ୍କଟରୁ କୋଚିନ ଯିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେମ୍‌ ଯାତ୍ରୀଙ୍କ ପାଇଁ ଅନ୍ୟ ବିମାନର ବ୍ୟବସ୍ଥା କରାଯାଇଛି।

Related Posts