ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହ୍ୱାଟ୍ସଆପ୍-ଇନଷ୍ଟାଗ୍ରାମ୍-ଫେସବୁକ୍ ପାଇଁ ଲଞ୍ଚ ହେଲା ‘ପ୍ଲସ୍’ ସବସ୍କ୍ରିପସନ୍, ମୋବାଇଲ ଭଳି ହେବ ମାସିକ ରିଚାର୍ଜ । ମେଟା କମ୍ପାନୀ ଏବେ ନିଜର ଏହି ଲୋକପ୍ରିୟ ଆପ ଗୁଡ଼ିକୁ କେବଳ ମାଗଣା ସେବା ମଧ୍ୟରେ ସୀମିତ ନରଖି ଏହାକୁ ଏକ ନୂଆ ରୂପ ଦେବାକୁ ଘୋଷଣା କରିଛି। ବର୍ତ୍ତମାନ ମୋବାଇଲ ରିଚାର୍ଜ ଭଳି ୟୁଜର୍ସଙ୍କୁ ଏହି ଆପ୍ସ ଚଲାଇବା ପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ମେଟା ପକ୍ଷରୁ ନୂଆ Plus ସବସ୍କ୍ରିପସନ ପ୍ଲାନ (Paid Subscription Plans) ଲଞ୍ଚ କରାଯାଇଛି।ଏହି ଯୋଜନାରେ ଭାରତ ମଧ୍ୟ ସାମିଲ ରହିଛି।
ଅର୍ଥାତ୍ ଆଗାମୀ ଦିନରେ ଆମର ସୋସିଆଲ ମିଡିଆ ବ୍ୟବହାର କରିବାର ଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। କମ୍ପାନୀ କହିଛି ଯେ ଏହି ପ୍ଲାନ ଗୁଡ଼ିକ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଅନେକ ଏକ୍ସକ୍ଲୁସିଭ ଫିଚର୍ସ, ଆଡଭାନ୍ସଡ ଟୁଲ୍ସ ଏବଂ ସର୍ବୋତ୍ତମ ପ୍ରିମିୟମ ଅନୁଭୂତି ମିଳିବ, ଯାହା ମାଗଣା ଭର୍ସନରେ ଉପଲବ୍ଧ ନାହିଁ। ସେପଟେ Instagram Plus ଏବଂ Facebook Plus ପାଇଁ ଏହାର ମାସିକ ମୂଲ୍ୟ ୩.୯୯ ଡଲାର (ପ୍ରାୟ ୩୮୭ ଟଙ୍କା) ରଖାଯାଇଛି।
WhatsApp Plus ପାଇଁ ଏହାର ମାସିକ ମୂଲ୍ୟ ୨.୯୯ ଡଲାର (ପ୍ରାୟ ୨୯୦ ଟଙ୍କା) ରହିବ। ଭାରତୀୟ ବଜାର ପାଇଁ ଏପର୍ଯ୍ୟନ୍ତ ଆଧିକାରୀକ ମୂଲ୍ୟ ଘୋଷଣା କରାଯାଇ ନାହିଁ, କିନ୍ତୁ ଖୁବ ଶୀଘ୍ର ଏହି ସୂଚନା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, WhatsApp ପ୍ଲସ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଚାଟିଂର ଏକ ପ୍ରିମିୟମ ଅନୁଭୂତି ମିଳିବ। ଏଥିରେ ପସନ୍ଦ ମୁତାବକ କଷ୍ଟମ ଥିମ ଏବଂ ୟୁନିକ ରିଙ୍ଗଟୋନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏଥିରେ ପୂର୍ବ ଅପେକ୍ଷା ଅଧିକ ଚାଟ ପିନ (Pin) କରିବାର ବିକଳ୍ପ ମିଳିବ।
ଇନଷ୍ଟାଗ୍ରାମ ଏବଂ ଫେସବୁକ ପ୍ଲସ ବ୍ୟବହାରକାରୀଙ୍କୁ ଅନେକ ଆକର୍ଷଣୀୟ ଏକ୍ସଟ୍ରା ଫିଚର୍ସ ମିଳିବାକୁ ଯାଉଛି: ଷ୍ଟୋରୀ ରିୱାଚ (Rewatch): ଆପଣଙ୍କ ଷ୍ଟୋରୀକୁ କିଏ କେତେଥର ପୁନର୍ବାର (ଦ୍ୱିତୀୟଥର) ଦେଖିଛି, ତାହା ଆପଣ ଜାଣିପାରିବେ। ସିକ୍ରେଟ ପ୍ରିଭ୍ୟୁ: ଷ୍ଟୋରୀ ଭ୍ୟୁଅର୍ସ ଲିଷ୍ଟ (Viewers list) ରେ ନିଜ ନାଁ ନ ଦେଖାଇ ମଧ୍ୟ ଆପଣ ଅନ୍ୟମାନଙ୍କ ଷ୍ଟୋରୀ ପ୍ରିଭ୍ୟୁ ଦେଖିପାରିବେ। ୨୪ ଘଣ୍ଟାରୁ ଅଧିକ ସମୟ: ଇନଷ୍ଟାଗ୍ରାମରେ ଷ୍ଟୋରୀକୁ ୨୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶେୟାର କରି ରଖାଯାଇପାରିବ।ଷ୍ଟୋରୀ ସ୍ପଟ୍ଲାଇଟ: ପ୍ରତି ସପ୍ତାହରେ ଗୋଟିଏ ଷ୍ଟୋରୀକୁ ସ୍ପଟ୍ଲାଇଟ କରାଯାଇପାରିବ, ଯାହାଦ୍ୱାରା ତାହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ। ସର୍ଚ୍ଚ ଅପ୍ସନ: ଆପଣଙ୍କ ଷ୍ଟୋରୀ କେଉଁମାନେ ଦେଖୁଛନ୍ତି, ତାହା ଆପଣ ନିଜ ଭ୍ୟୁଅର୍ସ ଲିଷ୍ଟରେ ସର୍ଚ୍ଚ କରି ଖୋଜିପାରିବେ।
