ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ପୋଲିସ କର୍ମଚାରୀ ସାବଧାନ । କାରଣ ରାଜଧାନୀରେ ଆରମ୍ଭ ହୋଇଛି ନୂଆ ନିୟମ । ସାଧାରଣ ଲୋକମାନେ ଟ୍ରାଫିକ ନୀୟମ ଉଲଂଘନ କଲେ ଜୋରିମାନା ଭରୁଥିବା ବେଳେ, ଯଦି ଏବେ କୌଣସି ଟ୍ରାଫିକ ପୋଲିସ ଏନେଇ ଧରା ପଡନ୍ତି ତେବେ ତାଙ୍କୁ ଦୁଇ ଗୁଣା ଜୋରିମାନା ଭରିବାକୁ ପଡ଼ିବ। ଅତିରିକ୍ତ ପୋଲିସ ମିଶନର(ଟ୍ରାଫିକ) ଅଜୟ କୃଷ୍ଣ ଶର୍ମା ମାର୍ଚ୍ଚ ୨ରେ ଜାରି ଆଦେଶରେ କହିଛନ୍ତି, ଦେଖିବାକୁ ମିଳିଛି ଯେ, କିଛି ପୋଲିସ କର୍ମଚାରୀ ସରକାରୀ ଗାଡି ଚଳାଇବା ସମୟରେ ସିଟ୍‌ ବେଲ୍ଟ ଲଗାଉ ନାହାନ୍ତି।

ଆଦେଶ ଅନୁସାରେ, ସମସ୍ତ ପୋଲିସ କର୍ମଚାରୀଙ୍କୁ ଏଥିପ୍ରତି ଅଧିକ ସମ୍ବେଦନଶୀଳ ରହିବା ଏଂ ସଂଶୋଧିତ ମୋଟର ଯାନ ଆଇନ ବିଷୟରେ ଅବଗତ କରାଇବାର ଆବଶ୍ୟକତା ରହିଛି। ପୋଲିସ କର୍ମୀ ଦ୍ଵାରା ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଦୁଇ ଗୁଣ ଜରିମାନା ଆଦାୟ କରିବାର ପ୍ରାବଧାନ ରହିଛି। ଜରିମାନା ଏବଂ ବିଭାଗର ଛବି ଖରାପ ହେବାରୁ ବଞ୍ଚାଇବା ପାଇଁ ଟ୍ରାଫିକ ନିୟମ କଡାକଡି ପାଳନ କରାଯାଉ ବୋଲି ଅଜୟ କୃଷ୍ଣ କହିଛନ୍ତି।

ଯଦି କୌଣସି ପୋଲିସ କର୍ମଚାରୀ ସରକାରୀ ଗାଡି ଚଲାଇବା ସମୟରେ ଟ୍ରାଫିକ ନିୟମର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଧାରା ୧୨୦ ବି ଆଧାରରେ ମୋକଦ୍ଦମା ରୁଜୁ କରାଯାଇ ତାଙ୍କ ନିକଟରୁ ଦୁଇ ଗୁଣ ଅଧିକ ଜୋରିମାନା ଆଦାୟ କରାଯିବ ।