ଲୋକପ୍ରିୟ ମରାଠୀ ଲାବଣୀ ଗାୟିକା ପଦ୍ମଶ୍ରୀ ସୁଲୋଚନା ଚୌହ୍ୱାନଙ୍କ ଦେହାନ୍ତ

ମୁମ୍ବାଇ: ଆଖି ବୁଜିଲେ ଲୋକପ୍ରିୟ ମରାଠୀ ଲାବଣୀ ଗାୟିକା ପଦ୍ମଶ୍ରୀ ସୁଲୋଚନା ଚୌହ୍ୱାନ । ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ୯୨ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ମୁମ୍ବାଇ ବାସଭାବନରେ ସେ ଆଖିବୁଜିଥିବା ତାଙ୍କ ପୁଅ ତଥା ଢୋଲକୀ ବାଦକ ବିଜୟ ଚୌହ୍ୱାନ ସୂଚନା ଦେଇଛନ୍ତି।

ସୁଲୋଚନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ନେତା ଓ ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।

Related Posts