ଆସିଲା ଦୁଇ ଋଷୀୟ ପର୍ଯ୍ୟଟକଙ୍କ ପୋଷ୍ଟମର୍ଟମ ରିପୋର୍ଟ: ପାୱେଲଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ କହିଲେ ଡାକ୍ତର

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ରାୟଗଡ଼ାରେ ୨ଜଣ ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗୋଉଛି ସେତିକି ଘଟଣାର ରହସ୍ୟ ବଢ଼ିବାରେ ଲାଗିଛି । ସେପଟେ ଉଭୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଫୁସଫୁସ ଓ ଯକୃତ କ୍ଷତିଗ୍ରସ୍ତ ହେବା ଯୋଗୁଁ ପାୱେଲଙ୍କ ମୃତ୍ୟୁ ହୋଇଥିବାବେଳେ ଏହା ଦୁର୍ଘଟଣା ଜନିତ ବୋଲି ମତ ଦେଇଛନ୍ତି ଡାକ୍ତର । ଏହାସହିତ ଭ୍ଲାଦିମିରଙ୍କ ମୃତ୍ୟୁ ହୃଦଘାତ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ହୋଇଛି ।

ସୂଚନାଯୋଗ୍ୟ ଯେ, ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ନେଇଛି କ୍ରାଇବ୍ରାଞ୍ଚ । ଡିଏସ୍‌ପି ସରୋଜ ମହାନ୍ତଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଗତ କିଛିଦିନ ହେବ ଯାଇ ଯାଞ୍ଚ କରୁଛନ୍ତି । ଏହି ଟିମ୍ ରାୟଗଡ଼ା ଯାଇ ଘଟଣାସ୍ଥଳ ଯିବା ସହ ଶ୍ମଶାନରୁ ପାଉଁଶ ସଂଗ୍ରହ ମଧ୍ୟ କରିଥିଲେ । ଏପରିକି କ୍ରାଇମବ୍ରାଞ୍ଚ ଟିମ ଏହି ଘଟଣାରେ ମୃତକଙ୍କ ସାଥୀରେ ଆସିଥିବା ଅନ୍ୟ ୨ ଜଣ ଋଷୀୟ ନାଗରିକଙ୍କୁ ପଚରାଉଚରା କରିଥିଲା ।

Related Posts