ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବରିଷ୍ଠ ନେତା ତଥା ଚୌଦ୍ବାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାତ ବିଶ୍ଵାଳ ନିଜର ଶହଶହ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।

ଦୀର୍ଘଦିନ ହେବ ପ୍ରଭାତ ବିଶ୍ଵାଳ ବିଜେଡିରେ ରହିଥିଲେ। କିନ୍ତୁ ରାଜ୍ୟସଭା ନିର୍ବାଚନ ପୂର୍ବରୁ ପ୍ରଭାତଙ୍କୁ ଦଳ ନିଲମ୍ବନ କରିଥିଲା। ଏବେ ପ୍ରଭାତ ବିଜେପିରେ ଯୋଗ ଦେଇଛନ୍ତି | ପ୍ରଭାତ ବିଜେପିକୁ ଆସିବା ପରେ ଚୌଦ୍ବାର-କଟକରେ ବିଜେଡି ଗଡ଼ ଭୁଶୁଡ଼ି ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଅଞ୍ଚଳରେ ବିଜେଡିର ସ୍ଥିତି କ’ଣ ହେଉଛି ଆଗାମୀ ସମୟ କହିବ।