ମାଟିରେ ମିଶିବ ପ୍ରୟାଗରାଜ ହିଂସାର ମୁଖ୍ୟ ଅଭିଯୁକ୍ତର ଘର

ଲକ୍ଷ୍ନୌ: ପ୍ରୟାଗରାଜ ହିଂସାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଜାଭେଦର ସହଯୋଗୀ ଜାଭେଦ ପମ୍ପର ଘର ମାଟିରେ ମିଶିବ । ଘର ଉପରେ ଚାଲିବ ବୁଲ୍‌ଡୋଜର । ଏନେଇ ଘର ଛାଡ଼ିବା ପାଇଁ ପରିବାରକୁ ନୋଟିସ ଦିଆଯାଇଛି। ଅତାଲା ଅଞ୍ଚଳରେ ଥିବା ତା ଘର ବାହାର ଗେଟର ପିଡିଏ ନୋଟିସ୍ ଲଗାଇଛି। ଆଜି(ଜୁନ ୧୨) ଦିନ ୧୧ଟା ସୁଧା ଘର ଛାଡ଼ିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜାଭେଦ ପମ୍ପର ଘର ବେଆଇନ ଭାବେ ତିଆରି କରାଯାଇଛି। ବିନା ଅନୁମତିରେ ଘର ତିଆରି କରାଯାଇଛି। ତେଣୁ ଘର ଭଙ୍ଗାଯିବ ବୋଲି ନୋଟିସ୍‌ରେ କୁହାଯାଇଛି। ନିୟମ ଉଲ୍ଲଂଘନ କରି ନିର୍ମାଣ ହୋଇଥିବା ଅନେକ ଘର ଭାଙ୍ଗିବାକୁ ଯୋଜନା କରିଛି ପିଡିଏ।

ଏନେଇ ପିଡିଏ କହିଛି ଯେ ଜାଭେଦକୁ ୨୦୨୨ ମେ ୫ ତାରିଖରେ ବେଆଇନ ନିର୍ମାଣ ପାଇଁ ନୋଟିସ୍ କରାଯାଇଥିଲା। ହେଲେ ସେ ନିର୍ଦ୍ଧାରିତ ସମୟରେ ଉତ୍ତର ଦେଇପାରି ନାହାନ୍ତି କି ଘର ଛାଡ଼ି ନାହାନ୍ତି। ପୁଣ ଜୁନ ୯ରେ ଆଉ ଏକ ନୋଟିସ କରାଯାଇଥିଲେ ବି ସେ କିଛି ଉତ୍ତର ଦେଇନଥିଲେ।

ପୁଲିସର ସୂଚନା ଅନୁସାରେ ପ୍ରୟାଗରାଜରେ ମହମ୍ମଦ ଜାଭେଦ ହିଂସା ପାଇଁ ଆହ୍ୱାନ କରିଥିଲା। ପରମୁହୁର୍ତ୍ତରେ ଏହା ହିଂସାରେ ପରିଣତ ହୋଇଥିଲା। ଏଥିପାଇଁ ଜାଭେଦ ବିରୋଧରେ ଗ୍ୟାଙ୍ଗଷ୍ଟରା ଆକ୍ଟ ଲଗାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ଅଟାଲା ଏରିଆରେ ଅଧିକ ହିଂସାକୁ ପ୍ରୋତ୍ସାହନ ଦିଆଯାଇଛି। ହିଂସା ହେବା ପରେ ପ୍ରଶାସନ ବେଆଇନ ନିର୍ମାଣ କାର୍ଯ୍ୟ ଖୋଜିବା ଆରମ୍ଭ କରିଦେଇଛି ।

Related Posts