ଢେଙ୍କାନାଳରୁ ପ୍ରି ଆକ୍ଟିଭେଟେଡ ସିମ୍ ଜବତ ଘଟଣା: ତିନି ସିମ୍‌କାର୍ଡ ସେବା ଯୋଗାଣକାରୀ କର୍ତ୍ତୃପକ୍ଷଙ୍କୁ ନୋଟିସ

ଭୁବନେଶ୍ବର: ଢେଙ୍କାନାଳରୁ ପ୍ରି ଆକ୍ଟିଭେଟେଡ ସିମ୍ ଜବତ ଘଟଣାରେ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ୍ ଭୋଡାଫୋନ, ବିଏସଏନଏଲ, ଜିଓ ସେବା ଯୋଗାଣକାରୀ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛି । ଫଳରେ ସମସ୍ତଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଛି।

ସୂଚନାଯୋଗ୍ୟ, ଲୋକସଭା ବାଚସ୍ପତିଙ୍କ ନାମରେ ଫେକ୍ ହ୍ବାଟ୍ସଆପ୍ ଆକାଉଣ୍ଟ ଓପନ କରି ଟଙ୍କା ମାଗିବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି କ୍ରାଇମବ୍ରାଞ୍ଚ ।

3 ସର୍ଭିସ ପ୍ରୋଭାଇଡର ସଂସ୍ଥା ମୁଖ୍ୟଙ୍କୁ କ୍ରାଇମ୍‌ବ୍ରାଞ୍ଚର ସମନ ଖୁବଶୀଘ୍ର ଜେରା ହେବେ ଭୋଡାଫୋନର କମର୍ସିଆଲ ମ୍ୟାନେଜର, ବିଏସଏନଏଲ ଢେଙ୍କାନାଳ ଜେନେରାଲ ମ୍ୟାନେଜର ଏବଂ ଜିଓର ରିଟେଲ ଏରିଆ ମ୍ୟାନେଜର । କିଭଳି ଓ କେଉଁ ପରିସ୍ଥିତିରେ ଏସବୁ ପ୍ରି ଆକ୍ଟିଭେଟେଡ ସିମ ଆକ୍ଟିଭ ହୋଇଥିଲା ଏବଂ କିପରି ଭାବେ ଟ୍ରାଇର ପ୍ରୋଟୋକଲ ପାଳନ ହେଉଥିଲା, ଏନେଇ ଅଧିକ ସୂଚନା ପାଇଁ ଗିରଫ ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ୍ । ସିଟି ମାଜିଷ୍ଟ୍ରେଟଙ୍କ ଅନୁମତିରେ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।

ରାଜ୍ୟରେ ବଡ଼ଧରଣର ଟେଲିକମ ଜାଲିଆତି, ଟେଲିକମ କମ୍ପାନୀକୁ ଚିଠି ଲେଖିଲା ପୋଲିସ ତିନି ଗିରଫ ଅଭିଯୁ୍କ୍ତ ଦୁଷ୍ମନ୍ତ, ଯେକି ଓଟିପି ସେଲର ବାୟର ଗ୍ରୁପ କରି ସିମ ବିକୁଥିଲା । ସେହିପରି ବିଏସଏନଏଲ ଡିଲର ସାଇପ୍ରକାଶ ଏବଂ ଦୋକାନି ଅବିନାଶକୁ ମଧ୍ୟ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍ । ପ୍ରି ଆକ୍ଟିଭେଟେଡ ସିମ ବିକ୍ରି କରୁଥିବା ଡିଲର ପଏଣ୍ଟରେ ଚଢାଉ କରିବାକୁ ସମସ୍ତ ଜିଲ୍ଲାର ଏସପି ଓ ଡିସିପିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି । ସେହିପରି କ୍ରାଇମବ୍ରାଞ୍ଚ ପାଇଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଯେକି ପ୍ରି ଆକ୍ଟିଭେଟେଡ ସିମ ରିମୋଟଲି ବିକ୍ରି କରୁଥିଲେ (ଅର୍ଥାତ ସିମ ତାଙ୍କ ପାଖରେ ରଖୁଥିଲେ ସିମ ନମ୍ବରରେ ସାଇବର ଠକଙ୍କୁ ହ୍ବାଟ୍ସଆପ ଖୋଲିବାକୁ ଓଟିପି ଯୋଗାଉଥିଲେ) ଏନେଇ ସେହି ସିମ ବିକିବା ପାଇ ତାଙ୍କୁ ୪୦୦ ଟଙ୍କା ନେଉଥିଲେ । ଏହିଭଳି ଭାବେ ୧୯ ହଜାର ୬୧୪ଟି ସିମ ପାଇ ଏହିପରି ଟଙ୍କା ନେଉଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।

Related Posts