ନନ୍ଦନକାନନରେ ପ୍ରେମା ହାତୀ ଅସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଏବେ ହାତୀ ମଡ଼କ ଚାଲିଥିବା ବେଳେ, ନନ୍ଦନକାନନରେ ଥିବା ପ୍ରେମା ହାତୀ ଏବେ ଅସୁସ୍ଥ ଥିବା ନେଇ ଖବର ଆସିଛି। ପଡିଯିବାରୁ ଅସୁସ୍ଥ ହୋଇପଡିଛି ପ୍ରେମା ହାତୀ । ହାତୀକୁ କ୍ରେନ ମାଧ୍ୟମରେ ଉଠାଇବାକୁ ପ୍ରୟାସ ଜାରୀ ରହିଛି । ନନ୍ଦନକାନନ କର୍ତ୍ତୃପକ୍ଷ ଉଠାଇବାକୁ ପ୍ରୟାସ କରୁଛନ୍ତି ।

କିଛିଦିନ ପୂର୍ବେ ହାତୀ ବାସନ୍ତୀ ମଧ୍ୟ ପଡିଯିବାରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଅଛି । ଅସୁସ୍ଥ ବାସନ୍ତି ହାତୀର ବୟସ ୫୯ ହୋଇଥିବାବେଳେ ପ୍ରେମାର ବୟସ ୬୦ ବର୍ଷ । ଉଭୟେ କିଛି ଦିନ ପୂର୍ବରୁ ଅସୁସ୍ଥ ଥିଲେ । ଆଜି ପ୍ରେମା ଅଧିକ ଅସୁସ୍ଥ ହୋଇ ପଡିଛି । ବିଶେଷଜ୍ଞ ଦଳ ତାର ଚିକିତ୍ସା କରୁଥିବା ନନ୍ଦନକାନନ ଊନିର୍ଦ୍ଦେଶକ କହିଛନ୍ତି ।

ସୂଚନା ଥାଉକି, ଗତ କିଛିଦିନ ତଳେ ମଧ୍ୟ ପ୍ରେମା ହାତୀ ଅସୁସ୍ଥ ହୋଇପଡିଥିଲା । ନଖରେ ଆଘାତ ଥିବାରୁ ହାତୀଟି ଅସୁସ୍ଥ ହୋଇ ପଡିଥିଲା

Related Posts