ଉତ୍ତର ପ୍ରଦେଶ ପ୍ରୟାଗରାଜରେ ହାଣ୍ଡିଲା ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା; ଇଲେକ୍ଟ୍ରିକ୍ ପୋଲକୁ ଧକ୍କା ଦେଲା କାର ୫ ମୃତ ୫ ଆହତ

ପ୍ରୟାଗରାଜ: ଗୁରୁବାର ସକାଳେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ହାଣ୍ଡିଲା ଟୋଲ ପ୍ଲାଜା ନିକଟରେ ଇଲେକ୍ଟ୍ରିକ୍ ପୋଲକୁ ଧକ୍କା ଦେଲା ବିଜୁଳି ବେଗରେ ଆସୁଥିବା କାର୍। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଚାଳକ ନିୟନ୍ତ୍ରଣ ହରାଇବା ପରେ କାର ଯାଇ ସିଧା ପୋଲରେ ପିଟି ହୋଇଥିଲା।

ମୃତକଙ୍କ ମଧ୍ୟରେ ଚାଳକଙ୍କୁ ମିଶାଇ ୪ ମହିଳା ଓ ଜଣେ ଶିଶୁ ଅଛନ୍ତି । ଏକ ଟାଭେରା କାରରେ ପରିବାର ବିଦ୍ୟାଞ୍ଚଳ ମନ୍ଦିର ଦର୍ଶନରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ସକାଳେ କାରଟି ଇଲେକ୍ଟ୍ରିକ୍ ପୋଲରେ ପିଟି ହେବା ପରେ ଭିତରେ ବସିଥିବା ୧୦ ଜଣଙ୍କ ମଧ୍ୟରୁ ୫ ଗୁରୁତର ଆହତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତମାନଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ ଖବର ପାଇ ହାଣ୍ଡିଆ ସବ ଡିଭିଜୋନାଲ ମାଜିଷ୍ଟ୍ରେଟ୍(ଏସଡିଏମ), ସାରକଲ ଅଫିସର(ସିଓ) ଏବଂ ଷ୍ଟେସନ ହାଉସ୍‌ ଅଫିସର ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ହାଣ୍ଡିଆ ଏସଡିଏମଙ୍କ ସୂଚନା ଅନୁସାରେ, ଏକ ଟାଭେରା କାରରେ ୧୦ ଜଣ ବସି ବିଦ୍ୟାଞ୍ଚଳ ମନ୍ଦିର ଦର୍ଶନରେ ଯାଉଥିଲେ। ସକାଳ ୬.୪୦ ରେ ଏହି ବାରାଣସୀ ହାଇୱେରେ ଏହି ଦୁର୍ଘଟଣା ହୋଇଥିଲା। ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଏସଡିଏମ ସୂଚନା ଦେଇଛନ୍ତି। ଘଟଣାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦୁଃଖ ପ୍ରକାଶ କରିବ ସହିତ ଘଟଣା ସ୍ଥଳରେ ତୁରନ୍ତ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୃତକ ହେଲେ ରେଖା(୪୫), ରେଖା (୩୨), କୃଷ୍ଣା ଦେବୀ(୭୦), କବିତା (୩୬),ଏକ ବର୍ଷୀୟା ନାବାଳିକା କୁମାରୀ ଓଜାସ।

Related Posts