ଟାଇମ୍ ମାଗାଜିନ୍ ର କଭର୍ ପୃଷ୍ଠାରେ ରାଷ୍ଟ୍ରପତି ଜେଲେନସ୍କି: ହେଲେ ପର୍ସନ ଅଫ ଦ ଇୟର-୨୦୨୨’

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ପତ୍ରିକା ଟାଇମ୍ ଦ୍ୱାରା ସର୍ମାନିତ ହେଲେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି । ହେଲେ ‘ପର୍ସନ ଅଫ ଦ ଇୟର-୨୦୨୨’। ଏନେଇ ତାଙ୍କୁ ଟାଇମ୍ ମାଗାଜିନ୍ ନିଜ କଭର୍ ପୃଷ୍ଠାରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସ୍ଥାନ ଦେଇଛି।

ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କି ଗତ ୧୦ମାସ ଧରି ରୁଷ ଭଳି ବଡ଼ ଦେଶ ସାମ୍ନାରେ ମୁଣ୍ଡ ଟେକି ଠିଆ ହୋଇପାରିଥିବାରୁ ତାଙ୍କୁ ‘ପର୍ସନ ଅଫ ଦ ଇୟର’ କରିଛି ଟାଇମ୍ ମାଗାଜିନ। ଏତେ ବଡ଼ ଶକ୍ତିଶାଳୀ ଦେଶ ବିରୋଧରେ ଲଢ଼ିବାର ତାଙ୍କର ଧୈର୍ଯ୍ୟକୁ ଟାଇମ୍ ମାଗାଜିନ ପ୍ରଶଂସା କରିଛି।

ଜେଲେନସ୍କିଙ୍କୁ ‘ପର୍ସନ ଅଫ ଦ ଇୟର-୨୦୨୨’ କରିବା ପରେ ଟାଇମ୍ ଲେଖିଛି ଯେ ରାଷ୍ଟ୍ରପତି ଜେଲେନସ୍କି ନିଜ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ନିଜକୁ ସମ୍ପୂର୍ଣ୍ଣ ଭାବେ ଯୁଦ୍ଧକୁ ଠେଲି ଦେଇଛନ୍ତି। ସେ କ୍ରମାଗତ ଭାବରେ ସୈନିକମାନଙ୍କ ପାଖକୁ ଯାଇ ସେମାନଙ୍କ ମନୋବଳ ବଢ଼ାଇଛନ୍ତି। ସେ ନିଜ ଦେଶରେ ଟ୍ରେନ୍ ଯୋଗେ ଯାତ୍ରା କରନ୍ତି ଏବଂ ଏହି ଯାତ୍ରା ସମୟରେ ମଧ୍ୟ ଯୁଦ୍ଧର ପ୍ରତିଟି ଅପଡେଟ ଉପରେ ସେ ନଜର ରଖନ୍ତି। ଟାଇମ୍ ମାଗାଜିନ୍ ନିଜ ରିପୋର୍ଟରେ ଜେଲେନସ୍କିଙ୍କ ଖେରାସନ୍ ଯାତ୍ରା ବିଷୟରେ ଉଲ୍ଲେଖ କରିଛି, ଯାହାକୁ ନିକଟରେ ୟୁକ୍ରେନର ସୈନିକମାନେ ରୁଷ କବଳରୁ ମୁକ୍ତ କରିଥିଲେ।

Related Posts