ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ମୃତ୍ୟୁବରଣ କଲେ ପ୍ରିଜାଇଡିଂ ଅଫିସର । ମୃତକ ଜଣକ ହେଲେ କୁଆଁରଗାଁ ସ୍କୁଲ ଶିକ୍ଷକ ସୁଦାମ ଚରଣ ପୁରୋହିତ । ଖୋଲାନ ପଞ୍ଚାୟତରେ ପ୍ରିଜାଇଡିଂ ଅଫିସର ଥିଲେ ସୁଦାମ ଚରଣ ପୁରୋହିତ । ବାଲାଟ ପେପର ଓ ଭୋଟବାକ୍ସ ଡିପୋଜିଟ କରି ବାଇକରେ ଘରକୁ ଫେରୁଥିବା ବେଳେ ଟିଟିଲାଗଡ଼ନିକଟ ଗୋଏଲଭାଡି ନିକଟରେ ଦୁର୍ଘଟଣା ଘଟିଥିଲା ।
ଗୋଏଲଭାଡି ଛକ ନିକଟରେ ପୋଲିସ ପୋଲିସ ବସ୍ ହଠାତ ବ୍ରେକ ଦେବାରୁ ବାଇକରେ ଥିବା ପ୍ରିଜାଇଡିଂ ଅଫିସର ପଛରେ ପିଟି ହୋଇଥିଲେ । ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର ପୋଲିସ ପ୍ରଥମେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଚେକଅପ୍ ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ମୃତ ଶିକ୍ଷକଙ୍କ ପରିବାର ଜଣଙ୍କୁ ସରକାରୀ ଚାକିରୀ ଏବଂ ସହାୟତା ଦାବି କରିଛନ୍ତି ପରିବାର ଲୋକେ ।
