ଶ୍ରୀନଗର: ଋଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଥିବା ଯୁଦ୍ଧ ଦେଶର ଶାନ୍ତି ଓ ଶୃଙ୍ଖଳାକୁ ବିଗାଡିବାରେ ଲାଗିଥିବା ବେଳେ, ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ତେବେ ଲାଗିରହିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା ପ୍ରକଟ୍ କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା।
ତାଙ୍କର ବିଶ୍ଵାସ ଯେ, ପ୍ରଧାନମନ୍ତ୍ରୀ ମୋଦୀ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧକୁ ବନ୍ଦ କରିବାରେ ବଡ ଭୂମିକା ନିଭାଇ ପାରିବେ। ଫାରୁକ କହିଛନ୍ତି, ଯୁଦ୍ଧ କାରଣରୁ ଦୁନିଆ ସାମ୍ନାରେ ବଡ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଫାରୁକ ଅବଦୁଲ୍ଲା କହିଛନ୍ତି, ମୁଁ ବହୁତ ଖୁସି ଯେ ଆସନ୍ତା ବର୍ଷ ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ। ଭାରତ ଉପରେ ବଡ ଦାୟିତ୍ଵ ରହିଛି ଏବଂ ମୋର ବିଶ୍ଵାସ ଯେ, ପ୍ରଧାନମନ୍ତ୍ରୀ ମୋଦୀ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାଧାନ ବାହାର କରିବାରେ ସଫଳ ହେବେ। ବାଲିରେ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସନ୍ଦେଶକୁ ସମସ୍ତ ଦେଶ ସ୍ଵୀକାର କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଯୁଗ ଯୁଦ୍ଧର ନୁହେଁ, ଏଥିପାଇଁ ଯୁଦ୍ଧ ହେବା ଉଚିତ୍ ନୁହେଁ।
ଏହା ପୂର୍ବରୁ ସମରକନ୍ଦରେ ଏସସିଓ ସମ୍ମିଳନୀ ସମୟରେ ବି ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପ ପୁଟିନଙ୍କୁ ଭେଟିଥିଲେ ଏବଂ ତାଙ୍କୁ ମଧ୍ୟ ଏହି ସନ୍ଦେଶ ଦେଇଥିଲେ। ଫାରୁକ ଅବଦୁଲ୍ଲା ଏହାକୁ ନେଇ ମଧ୍ୟ ଆଶା ପ୍ରକାଶ କରିଛନ୍ତି ଯେ, ସମ୍ମିଳନୀ ସମୟରେ ଦେଶଗୁଡିକର ସହଯୋଗରେ ପଡୋଶୀ ଦେଶର କେସାଥ ବିବାଦର ମଧ୍ୟ ସମାଧାନ ହୋଇପାରେ। ଏଥିରୁ ସ୍ପଷ୍ଟ ଯେ ତାଙ୍କର ଇସାରା ପଡୋଶୀ ପାକିସ୍ତାନ ଏବଂ ଚୀନକୁ ନେଇ ଥିଲା। ହେଲେ ଏହି ବିଷୟରେ ସେ ବିସ୍ତୃତ ଭାବେ କିଛି କହି ନାହାନ୍ତି ।