
ମସ୍କୋ : ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ଗତ ୭ ମାସ ହେଲା ଯୁଦ୍ଧ ଜାରି ରହିଥିବା ବେଳେ, ଏହି ଯୁଦ୍ଧକାଳରେ ଋଷିଆ ୟୁକ୍ରେନର କିଛି ଅଞ୍ଚଳକୁ ଦଖଲକୁ ନେଇଥିବା ଦାବି କରୁଛି। ଯେଉଁ ସବୁ ଅଞ୍ଚଳ ଦଖଲକୁ ଆସିଛି ସେହି ସହୁ ଅଞ୍ଚଳକୁ ଏବେ ଋଷିଆରେ ମିସାଇବାକୁ ଜନମତ ସଂଗ୍ରହ ମଧ୍ୟ ହୋଇଯାଇଛି।
୩୦ ସେପ୍ଟେମ୍ବର ଶୁକ୍ରବାର ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଜନମତ ଭୋଟର ଫଳାଫଳ ଘୋଷଣା କରିବା ସହ ଦଖଲରେ ଥିବା ଅଞ୍ଚଳ ସହ ବିଲୟ ସନ୍ଧି ସ୍ୱାକ୍ଷର ହେବ।
ଏ ନେଇ ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନରେ ୟୁକ୍ରେନର ଯେଉଁ ସବୁ ଅଞ୍ଚଳକୁ ଋଷିଆ ଦଖଲକୁ ନେଇଛି ମହଜୁଦ ସାଧନରେ ସେ ସବୁ ଅଞ୍ଚଳର ସୁରକ୍ଷା ଲାଗି ଆମେ ସର୍ବଦା ପ୍ରସ୍ତୁତ ବୋଲି କୁହାଯାଇଛି। ସେପଟେ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ଋଷିୟ ସଂଘରେ କ୍ଷେତ୍ରଙ୍କ ପରିଗ୍ରହଣ ନେଇ ସନ୍ଧିରେ ସ୍ଥାନୀୟ ସମୟ ମଧ୍ୟାହ୍ନ ୩ଟାରେ ସ୍ୱାକ୍ଷର ହେବ ଓ ଏହି ସନ୍ଧି ସ୍ୱାକ୍ଷର କ୍ରେମଲିନର ସେଣ୍ଟ ଜର୍ଜ ହଲରେ ହେବ ବୋଲି କହିଛନ୍ତି।
ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ ଏକ ବୟାନରେ ଶୁକ୍ରବାର ଋଷ ୟୁକ୍ରେନର ୪ କ୍ଷେତ୍ରଙ୍କୁ ଅଧିକାରିକ ଭାବେ ନିଜ ସହ ସମ୍ମିଳିତ କରିନେବ ବୋଲି କହିଛି। ରିପୋର୍ଟ ଅନୁସାରେ ଶୁକ୍ରବାର ଏକ କାର୍ଯ୍ୟକ୍ରମ ଆୟୋଜନ କରି ସେହି ସବୁ ଅଞ୍ଚଳକୁ ଋଷିଆର ଅଞ୍ଚଳ ଘୋଷଣା କରିଦିଆଯିବ। ତେବେ ଆଇନ ଅନୁସାରେ ସନ୍ଧିରେ ପୁଟିନଙ୍କ ସ୍ୱାକ୍ଷର ପୂର୍ବରୁ ଋଷ ଫେଡେରେନସ କାଉନସିଲର ମଞ୍ଜୁରୀ ଜରୁରି । ତେବେ ଫେଡେରେସନ କାଉନସିଲ ବୈଠକ କେବେ ହେବ ତାହା ସ୍ପଷ୍ଟ ହୋଇ ନାହିଁ ।