ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଞ୍ଜାବର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହାସହ ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ଥିବା କଥା ସେ କହିଛନ୍ତି ।

ସେ ଲେଖିଥିବା ଏକ ପତ୍ରରେ ଉଲ୍ଲେଖ ରହିଛି କି, ବ୍ୟକ୍ତିଗତ କାରଣ ଓ ଅନ୍ୟ କିଛି ପ୍ରତିବଦ୍ଧତା ପାଇଁ ସେ ଇସ୍ତଫା ଦେଇଛନ୍ତି । କେବଳ ପଞ୍ଜାବ ରାଜ୍ୟପାଳ ପଦ ନୁହେଁ ଏହାସହ ସେ ଚଣ୍ଡିଗଡ ପ୍ରଶାସକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

Related Posts