ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣା: ସମ୍ପୃକ୍ତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ ଜବତ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣା ସମଗ୍ର ରାଜ୍ୟରେ ଚାନ୍ଚଲ୍ୟ ଖେଳାଇଥିବା ବେଳେ, ଏହି ଘଟଣାରେ ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ ଜବତ ହୋଇଛି । ଭିଡିଓ କିଏ ଉଠାଇଥିଲା ଓ କିଏ ଭାଇରଲ କରିଥିଲା ସେ ନେଇ ଆରମ୍ଭ ହୋଇଛି ତଦନ୍ତ ।

ସମସ୍ତ ମୋବାଇଲ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି । ଫରେନସିକ ରିପୋର୍ଟ ଆସିବା ପରେ ହେବ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଘଟଣାର ତଦନ୍ତ କରିବେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ।

ସମସ୍ତ ତଦନ୍ତ ଶେଷ ହେବା ପରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ । ଖୁବଶିଘ୍ର ସହରରେ ରହିଥିବା ସମସ୍ତ କଲେଜରେ କରାଯିବ ରାଗିଂକୁ ନେଇ ସଚେତନତା କାର୍ଯ୍ୟକ୍ରମ ।ଏନେଇ ସୂଚନା ଦେଲେ ବ୍ରହ୍ମପୁର ଏସପି ଡଃ.ଶ୍ରବଣା ବିବେକ ଏମ ।

Related Posts