ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିବେ ରାହୁଲ ଗାନ୍ଧୀ । ତେବେ ରାହୁଲ ଗାନ୍ଧୀ ଆସନ୍ତାକାଲି ପଞ୍ଜାବର ମାନସା ଜିଲ୍ଲାରେ ଅବସ୍ଥିତ ସିଦ୍ଧୁ ମୁସେୱାଲାଙ୍କ ଗାଁ ମୁସା ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ଆଜି ବରିଷ୍ଠ ନେତା ସଚିନ ପାଇଲଟ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ଗାଁରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିଥିଲେ। କେବଳ ସଚିନ ପାଇଲଟ ନୁହନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୁସେୱାଲାଙ୍କ ପରିବାକୁ ଭେଟି ସାରିଛନ୍ତି।
ଭଗୱନ୍ତ ମାନ୍ ୪୨୪ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ସିଦ୍ଧୁଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପରେ ପୁଣି ଥରେ ୪୨୪ଜଣ ଭିଆଇପିଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଥିଲେ ମାନ୍। ସେପଟେ ସିଦ୍ଧୁ ମୁସେୱାଲାଙ୍କ ପରିବାର ସଦସ୍ୟ ତାଙ୍କ ହତ୍ୟା ଘଟଣାର ତଦନ୍ତ ସିବିଆଇ କିମ୍ବା ଏନଆଇଏ କରୁ ବୋଲି ଦାବି କରିଛନ୍ତି। ତାଙ୍କ ପରିବାର ସଦସ୍ୟ ରବିବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟି ଏହି ଦାବି କରିଛନ୍ତି।





