ରାଜସ୍ଥାନ(ସତ୍ୟପାଠ ବ୍ୟୁରୋ): ୨୦୦୪ ମସିହା ପରଠାରୁ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କୁ ମିଳିବ ପେନସନ । ରାଜସ୍ଥାନର ଅଶୋକ ଗେହଲଟ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୨୦୦୪ ପରଠାରୁ ନିଯୁକ୍ତ ହୋଇଥିବା ସରକାରୀଙ୍କୁ ମଧ୍ୟ ମିଳିବ ପେନସନ। ପୁରୁଣା ପେନସନ ଯୋଜନା ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କର୍ମଚାରୀଙ୍କ ବେତନ ହ୍ରାସ ନେଇ ୨୦୧୭ର ନିଷ୍ପତ୍ତିକୁ ମଧ୍ୟ ଫେଇବା ନେବା ପାଇଁ ଘୋଷଣା କରିଛନ୍ତି । ଏହାପରେ ରାଜ୍ୟ ସରକାରଙ୍କ ଉପରେ ହଜାରେ କୋଟି ଟଙ୍କାର ବୋଝ ବଢିବ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ‘ଆମେ ସମସ୍ତେ ଜାଣୁ ସରକାରୀ ସେବା ସହ ଜଡିତ କର୍ମଚାରୀ ନିଜ ଭବିଷ୍ୟତ ସୁରକ୍ଷିତ ଅନୁଭବ କରିବା ପରେ ନିଜ ସେବାକାଳରେ ସୁଶାସନ ପାଇଁ ନିଜର ଅମୂଲ୍ୟ ଯୋଜଦାନ ଦେଇପାରିବେ। ଏହି କାରଣରୁ ୨୦୦୪ ଜାନୁଆରୀ ୧ ପରଠାରୁ ନିଯୁକ୍ତ ହୋଇଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଆସନ୍ତା ବର୍ଷରୁ ପୂର୍ବ ପେନସନ ଯୋଜନା ଲାଗୁ ନେଇ ଘୋଷଣା କରୁଛି’।
