କରୋଲି ହିଂସା ପରେ ୧୯୫ ଜଣ ଲୋକ ଭୟରେ ପଳାୟନ କରିଥିବାର ଦାବି କଲେ ବିଜେପି ସାଂସଦ କିରୋରୀ ଲାଲ ମୀଣା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କରୋଲି ହିଂସା ପରେ ୧୯୫ ଜଣ ଲୋକ ଭୟରେ ପଳାୟନ କରିଥିବାର ଦାବି କଲେ ବିଜେପି ସାଂସଦ କିରୋରୀ ଲାଲ ମୀଣା । ତେବେ ତାଙ୍କ ଅଭିଯୋଗ ହିନ୍ଦୁ ନବବର୍ଷରେ ବାହାର କରାଯାଥିବା ରାଲି ଉପରେ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟ ଦ୍ୱାରା ଆକ୍ରମଣ ପରେ ସଦରରେ ଭୟର ମାହୋଲ ରହିଛି। ନେତା ଏବଂ ସରକାରଙ୍କ ଚାପରେ ଜିଲ୍ଲା ପୋଲିସ ଅପରାଧିଙ୍କୁ ସୁରକ୍ଷା ଦେଉଛି। ଦୋଷୀଙ୍କୁ ଗିରଫ କରି ନିର୍ଦ୍ଦୋଷଙ୍କ ପ୍ରତାଡିତ ନ କରିବାକୁ ସେ ସରକାରଙ୍କୁ ଦାବି କରିଛନ୍ତି। ଅନ୍ୟପଟେ ବିଜେପି ସାଂସଦ ବଡ଼ ଦାବି କରି କହିଛନ୍ତି, ସହରରେ ଭୟର ମାହୋଲ ଯୋଗୁଁ ୧୯୫ ହିନ୍ଦୁ ପରିବାର ପଳାୟନ କରିଛନ୍ତି। ଏହାର ତାଲିକା ପ୍ରଶାସନକୁ ଦିଆଯାଇଛି। ସରକାର ଅନେକ ସହରରେ ଧାରା ୧୪୪ ଲାଗୁ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ ରାମନବନୀ ଏବଂ ହନୁମାନ ଜୟନ୍ତୀକୁ କାହିଁକି ଏତେ ଘୃଣା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖି ପ୍ରଶାସନର ଅବହେଳା ଯୋଗୁଁ ଏଭଳି ହଂସା ଘଟିଥିବା ବିଜେପି ସାଂସଦ ଅଭିଯୋଗ କରିଛନ୍ତି।

ହିଂସା ସମୟରେ ହିନ୍ଦୁ ଲୋକଙ୍କ ଦୋକାନ ଲୁଟି ନିଆଯାଇଛି, ପ୍ରଶାସନ ଏହା ଉପରେ କାର୍ୟ୍ୟାନୁଷ୍ଠାନ ନେବାକୁ ସେ ଅପିଲ କରିଛନ୍ତି। ସାଂସଦ ମିଣା କହିଛନ୍ତି, ପୋଲିସ ସରକାରଙ୍କ ଚାପରେ କାମ କରୁଛି। ହିନ୍ଦୁଙ୍କୁ ପଚରାଉଚାର କରିବା ନାଁରେ ଥାନାରେ ଆଣି ରଖାଯାଉଛି ଏବଂ ହିଂସା ଘଟାଇଥିବା ଲୋକେ ଖୋଲାରେ ବୁଲୁଛନ୍ତି । ସରକାର ମାମଲାର ତଦନ୍ତକରି ହିଂସା କରିଥିବା ଲୋକଙ୍କୁ ଗିରଫ ନ କରିବା ଯାଏ ଧାରଣ ଜାରି ରଖିବେ ବୋଲି ବିଜେପି ସାଂସଦ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts