
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତିକୁ ନେଇ ଦେଶରେ ଚର୍ଚ୍ଚା ଲାଗିରହିଥିବା ବେଳେ ଏବେ ଏହି ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିଛନ୍ତି । ଏହି ମାମଲାରେ ଆଇନଗତ ତ୍ରୁଟି ରହିଥିବା କେନ୍ଦ୍ର ସରକାର କହିଛନ୍ତି। ଦୋଷୀମାନଙ୍କ ଦଣ୍ଡକୁ ନେଇ ତର୍କ ବେଳେ ଅଧିକ ସମୟ ମିଳିନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ, ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ୧୧ ନଭେମ୍ୱରରେ ସୁପ୍ରିମକୋର୍ଟ ୬ଜଣ ହତ୍ୟାକାରୀଙ୍କୁ ଜେଲ୍ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନଳିନୀ ଶ୍ରୀହରଣଙ୍କ ସମେତ ସମସ୍ତ ୬ଜଣ ଦୋଷୀ ଗତ ୩ ଦଶକରୁ ଆଜୀବନ କାରାଦଣ୍ଡରେ ଭୋଗୁଥିଲେ ମଧ୍ୟ ଶେଷରେ କୋର୍ଟ ଏହି ରାୟ ଶୁଣାଇଥିଲେ । ଏହାର ଦିନକ ପରେ ତାମିଲନାଡୁର ଜେଲକୁ ଦୋଷୀମାନଙ୍କୁ ମୁକ୍ତ କରି ଦିଆଯାଇ ଥିଲା।
ନଭେମ୍ବର ୧୧ ରେ ଏହି ଶୁଣାଣି ବେଳେ ଜଷ୍ଟିସ୍ ବି.ଆର ଗାଭାଇ ଏବଂ ବି.ଭି ନାଗରାଟନଙ୍କ ଏକ ବେଞ୍ଚ କହିଥିଲେ ଯେ ଏଜି ପେରିଭାଲାନ ନିର୍ଦ୍ଦୋଷରେ ଖଲାସ ହୋଇଥିବା ନିୟମ ଅନୁସାରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ। ପୂର୍ବରୁ ଦୋଷୀ ଥିବା ପେରିଭାଲାନଙ୍କୁ ମୁକ୍ତ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ମୁକ୍ତ କରିବାକୁ ଧାରା-୧୪୨ ବ୍ୟବହାର କରି ଦୋଷୀକୁ ମୁକ୍ତ କରିବା କହିଥିଲେ । ଏହା ପରେ ଅନ୍ୟ ଦୋଷୀମାନେ ସେମାନଙ୍କୁ ମଧ୍ୟ ମୁକ୍ତ କରାଯାଉ ବୋଲି ସୁପ୍ରିମକୋର୍ଟ ଯାଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ନଳିନୀଙ୍କୁ ୧୯୯୧ରେ ସେହି ସମୟରେ ଗିରଫ କରାଯାଇ ଥିଲା, ଯେବେ ସେ ମାତ୍ର ୨୪ ବର୍ଷର ଥିଲେ । ରାଜୀବ ଗାନ୍ଧୀଙ୍କ ହତ୍ୟା ଧନୁ ନାମକ ମହିଳା ସୁଇସାଇଡର ବମ୍ୱର କରିଥିଲା । ୨୧ ମଇ, ୧୯୯୧ରେ ତାମିଲନାଡୁର ଶ୍ରୀପେରୁମ୍ୱଦୂରେ ରାଜୀବ ଗାନ୍ଧୀଙ୍କର ହତ୍ୟା କରାଯାଇ ଥିଲା । ତେବେ ଏହି ହତ୍ୟାରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରଥମେ ମୃତ୍ୟୁଦଣ୍ଡ ମିଳିଥିଲା ଓ ପରେ ଆଜୀବନ ଜେଲ ଦଣ୍ଡ ମିଳିଥିଲା ।