ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ନୂଆ ଦାୟିତ୍ବ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଛି ଏକ ବଡ଼ ଦାୟିତ୍ବ । ଏମପିଇଡିଏ ବା ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ମାନସ ମଙ୍ଗରାଜ । ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିକଟରେ ମାନସ ମଙ୍ଗରାଜ ସାଂସଦ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ଅଧିବେଶନରୁ ସେ ସଂସଦରେ ଯୋଗ ଦେଇଛନ୍ତି । ନୂତନ ସାଂସଦ ଭାବେ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ ହେବା ରାଜ୍ୟ ପାଇଁ ଗର୍ବର ବିଷୟ ।

ନୂତନ ସାଂସଦ ଭାବେ ସଫଳତା ମିଳିଥିବାରୁ ଟ୍ବିଟ୍ କରି ସାଂସଦ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ସାମୁଦ୍ରିକ ଉତ୍ପାଦ ଶିଳ୍ପର ପ୍ରୋତ୍ସାହନ ଦିଗରେ ଚେଷ୍ଟା କରିବି ବୋଲି ମାନସ ମଙ୍ଗରାଜ କହିଛନ୍ତି । ସଫଳତା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Posts