ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଇସ୍ତଫା ଗୃହୀତ ହୋଇଛି । ଦାନ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଚମ୍ପତ ରାୟ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ଏବେ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି । ଏହାସହିତ ଅନିଲ ମିଶ୍ରାଙ୍କ ଇସ୍ତଫା ଗ୍ରହଣ କରାଯାଇଛି ।

ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ବୈଠକ ମଣି ରାମଦାସ ଛାଉଣୀରେ ହେବାର ଥିଲା । କିନ୍ତୁ ସୁରକ୍ଷା କାରଣରୁ ବୈଠକ ସ୍ଥାନ ବଦଳା ଯାଇଥିଲା । ଏବେ ଏହା ରାମ ମନ୍ଦିର ପରିସରରେ ହେଉଛି । ବୈଠକରେ ଚମ୍ପତ ରାୟ (ମହାସଚିବ) ଓ ଅନିଲ ମିଶ୍ର (ଟ୍ରଷ୍ଟି)ଙ୍କ ଇସ୍ତଫା ଗୃହୀତ ହୋଇଛି ।

ମହନ୍ତ ନୃତ୍ୟଗୋପାଲ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବୈଠକରେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମିଟିଂର ଏଜେଣ୍ଡା ରଖିଛନ୍ତି । ଟ୍ରଷ୍ଟରେ ମୋଟ ୧୫ ଜଣ ସଦସ୍ୟ ଅଛନ୍ତି । ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରୁ ଇସ୍ତଫା ଦେଇଥିବାରୁ ଚମ୍ପତ ରାୟ ଓ ଅନିଲ ମିଶ୍ର ବୈଠକକୁ ଆସି ନାହାନ୍ତି । ଅଯୋଧ୍ୟା ରାମ ମନ୍ଦିରରେ ଦାନରାଶି ଚୋରି ମାମଲାରେ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଇସ୍ତଫା ଦେଇଥିଲେ ।