ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶ ସ୍ୱାଇଁ ଓ ଦ୍ଵିତୀୟ ପତ୍ନୀ କମଳା ତିର୍କୀ

ଫିଟୁଛି ନକଲି ଡାକ୍ତର ରମେଶ ସ୍ୱାଇଁ ର ଗୁମର | ଏବେ ପୋଲିସ ହାତରେ ଦ୍ଵିତୀୟ ପତ୍ନୀ କମଳା ତିର୍କୀ ଗିରଫ ହେଵା ପରେ ଏବେ ଆଉ ଅନେକ ଲୁଚା ଅପରାଧ ଉପରୁ ପରଦା ଉଠିବ | ଏବେ ପୋଲିସ ରମେଶ ସ୍ୱାଇଁ ଓ ଦ୍ଵିତୀୟ ପତ୍ନୀ କମଳା ତିର୍କୀଙ୍କୁ ରିମାଣ୍ଡରେ ନେବା | ରମେଶ ସ୍ୱାଇଁ ଓ ତାଙ୍କ ପତ୍ନୀ କମଳା ତିର୍କୀ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପାଇଁ ରିମାଣ୍ଡରେ ଆଣିବ ମହିଳା ଥାନା ପୋଲିସ । ପୂର୍ବରୁ ରମେଶ ସ୍ୱାଇଁଙ୍କୁ ୪ଥର ରିମାଣ୍ଡରେ ଆଣି ଜେରା କରିଛି ପୋଲିସ । ଗତକାଲି ରମେଶ ସ୍ୱାଇଁଙ୍କ ପତ୍ନୀ କମଳାଙ୍କୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ କୋର୍ଟ ଚାଲାଣ ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ପୋଲିସ ।

ସୂଚନା ମୁତାବକ, ୨୦୦୨ ମସିହାରେ କମଳା କାର୍ଡିଓଲୋଜି ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିଲେ । ସେହି ସମୟରେ ସେଠାରେ ରମେଶ ସହ ତାଙ୍କର ଭେଟ ହୋଇଥିଲା । ରମେଶ ତାଙ୍କୁ ପାଲରେ ପକାଇଥିଲା । କମଳା ପାରାଦ୍ବୀପସ୍ଥିତ ଇଫ୍‌କୋରେ ଡାକ୍ତର ଥିବା ଜାଣିବା ପରେ ତାଙ୍କୁ ବିବାହ ପାଇଁ ଯୋଜନା କରିଥିଲା । ଆଉ ସଫଳ ବି ହୋଇଥିଲା । ଭେଟ ହେବାର ୩ମାସ ମଧ୍ୟରେ ତାଙ୍କୁ ବାହା ହୋଇଥିଲା । ଏହାପରେ ଉଭୟ ସେଠାରେ ମିଶି ରହିଥିଲେ । ହେଲେ ରମେଶର କଳା କାରନାମା କମଳାଙ୍କ ପାଖରେ ବେଶି ଦିନ ଲୁଚିନଥିଲା ।

କମଳା ରମେଶର ସବୁ ଗୁମର ଜାଣିଥିଲେ। ଆଉ ଏହାପରେ ଉଭୟ ମିଶି ଲୋକଙ୍କୁ ଠକିବାପାଇଁ ଯୋଜନା କରିଥିଲେ । କମଳା ରମେଶଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ କହି ପରିଚିତ କରାଉଥିଲେ । ରମେଶଙ୍କର ଉପରିସ୍ଥ ଅଧିକାରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ଥିବା କହି କହି କାହାକୁ ଚାକିରି ତ କାହାକୁ ବ୍ୟବସାୟ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ତେବେ କିଛି ବର୍ଷ ପରେ କମଳାଙ୍କର ପ୍ରୟାଗରାଜକୁ ବଦଳି ହୋଇଥିଲା। ସେଠାରେ ଥାଇ ମଧ୍ୟ ରମେଶଙ୍କ ସହ ସମ୍ପର୍କରେ ରହି ଲୋକଙ୍କୁ ଠକି ଚାଲିଥିଲେ । ରମେଶ ଗିରଫ ହେବା ପରେ କମଳାଙ୍କ ଭୂମିକା ପଦାକୁ ଆସିଥିଲା।କମଳା ରମେଶ ଙ୍କ ସମସ୍ତ ଅପରାଧ ପଛର ମୁଖ୍ୟ ଖଳନାୟକ ବୋଲି କୁହାଯାଉଛି | ତେବେ ତାଙ୍କ ଗିରଫ ହେଵା ପୋଲିସ ପାଇଁ ଏକ ବଡ ସଫଳତା ସାବ୍ୟସ୍ତ ହୋଇଛି |

Related Posts