ଲାଞ୍ଚ ନେବାବେଳେ ଧରା ପଡ଼ିଲେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେବା ସମୟରେ ତାଙ୍କୁ ମାଡି ବସିଥିଲା ଭିଜିଲାନ୍ସ ଟିମ । ବିଲ ପାସ କରାଇ ଦେବା ପାଇଁ କଣ୍ଟ୍ରାକ୍ଟର ଠୁ ଲାଞ୍ଚ ନେଉଥିଲେ କଟକ ଆର ଆଣ୍ଡ ବି ୧ର କନିଷ୍ଠ ଯନ୍ତ୍ରୀ ଧ୍ରୁବାନନ୍ଦ ରାଉତ । ତାଙ୍କୁ ଅଟକ ରଖି ଆଉ କାହା କାହା ଠାରୁ କେତେ ଟଙ୍କା ଲାଞ୍ଚ ନେଇଚନ୍ତି ସେନେଇ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ଟିମ ।
ସୂଚନାଯୋଗ୍ୟ, ଏକ ବିଲ ପାସ କରାଇ ଦେବା ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କୁ ଲାଞ୍ଚ ମାଗିଥିଲେ ଧ୍ରୁବାନନ୍ଦ । ପରେ କଣ୍ଟ୍ରାକ୍ଟର ଜଣକ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ପୂର୍ବ ଯୋଜନା ମୁତାବକ କଣ୍ଟ୍ରାକ୍ଟର ଧ୍ରୁବାନନ୍ଦଙ୍କୁ ୧୫, ୦୦୦ଟଙ୍କା ଲାଞ୍ଚ ଦେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ । ତାଙ୍କ ନିକଟରୁ ନଗଦ ଟଙ୍କା ଉଦ୍ଧାର କରିବା ସହ ତେବେ ଆଉ କେତେ ଜଣଙ୍କ ଠୁ ଲାଞ୍ଚ ନିଆଯାଇଛି ସେହି ଦିଗରେ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ ।





