ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ କଟକ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ସଡ଼କ ଦୁର୍ଘଟଣା: ଜଣେ ମୃତ, ୯ ଗୁରୁତର

ଚୌଦ୍ୱାର : ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ । କଟକ ଜିଲ୍ଲା ଟାଙ୍ଗୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଏକ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ସଡ଼କ ଦୁର୍ଘଟଣା ଘଟିଛି l ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

ସୂଚନାନୁସାରେ, ଏକ ବୋଲେରୋରେ ୧୦ ଜଣ ଯାତ୍ରୀ ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ଯାଜପୁର ଫେରୁଥିଲେ । ବିଳମ୍ବିତ ରାତିରେ ସେମାନେ ଫେରୁଥିବା ବେଳେ ବୋଲରେକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଜଣେ ପ୍ରାଣ ହରାଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ତେବେ ସମସ୍ତ ମୃତାହତ ଯାତ୍ରୀଙ୍କ ଘର ଯାଜପୁର ଜିଲ୍ଲା ନୁଆପାଟଣା ଗ୍ରାମ ବୋଲି ଜଣାପଡ଼ିଛି ।

Related Posts