ଋଷ ଓ ୟୁକ୍ରେନ ଯୁଦ୍ଧ: ରୁଷିଆର ମିଶାଇଲ ମାଡ଼ରେ ୟୁକ୍ରେନ୍‌ର ଧନୀ ବ୍ୟବସାୟୀ ଓଲେକ୍ସି ଭାଡାତୁରସ୍କି ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ

କିଭ୍‌ : ଋଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ଫେବୃୟାରୀ 24 ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏଯାବତ୍ ଚାଲୁ ରହିଛି । ଋଷ ର ଘନ ଘନ ମିଶାଇଲ ମାଡରେ ୟୁକ୍ରେନ ଧ୍ଵଂସ ବିଧ୍ଵଂସ ହୋଇପଡିଛି । କିନ୍ତୁ ଋଷ ଆଗରେ ମୁଣ୍ଡ ନ ନୁହଁଇ ଆକ୍ରମଣର ଜବାବ ଦେଇ ଆସୁଛି । ତେବେ ଏହାରି ମଧ୍ୟରେ ୟୁକ୍ରେନ ର ହଜାର ହଜାର ଲୋକ ଙ୍କ ମୃତ୍ୟୁ ଘଟିଛି । ଅନେକ ଦେଶ ଛାଡ଼ି ଅନ୍ୟ ଦେଶରେ ଆଶ୍ରୟ ନେଉଛନ୍ତି ।

ସେପଟେ ରୁଷିଆର ମିଶାଇଲ ମାଡ଼ରେ ୟୁକ୍ରେନ୍‌ର ଅନ୍ୟତମ ଧନୀ ବ୍ୟବସାୟୀ ଓଲେକ୍ସି ଭାଡାତୁରସ୍କି(୭୪) ଏବଂ ତାଙ୍କର ସ୍ତ୍ରୀ ରାଇସାଙ୍କ ମୃତ୍ୟୁ ଘଟିଛି। ଭାଡାତୁରସ୍କି ଦମ୍ପତି ମାଇକୋଲେଭ୍‌ ସ୍ଥିତ ବାସଭବନରେ ଥିବାବେଳେ ରୁଷୀୟ ସୈନ୍ୟ ଟାର୍ଗେଟ କରିଥିଲେ। ଓଲେକ୍ସି ହେଉଛନ୍ତି ଶସ୍ୟ ରପ୍ତାନିକାରୀ ନିବୁଲୋନ୍‌ କମ୍ପାନୀର ମାଲିକ। ତାଙ୍କୁ ‘ହିରୋ ଅଫ୍‌ ୟୁକ୍ରେନ୍‌’ ପୁରସ୍କାର ମିଳିଥିଲା। ୨୦୨୦ରେ ତାଙ୍କ ସମ୍ପତ୍ତି ୪୫୦ ନିୟୁତ ଡଲାର ଥିବା ଫୋର୍ବସ ପତ୍ରିକା ଆକଳନ କରିଥିଲା। ଗତ ସପ୍ତାହରେ ତୁର୍କୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ମଧ୍ୟସ୍ଥତାରେ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ କୃଷ୍ଣସାଗର ଦେଇ ଶସ୍ୟ ପରିବହନ ନେଇ ଚୁକ୍ତି ସ୍ବାକ୍ଷର ହୋଇଥିଲା।

ଅନ୍ୟପକ୍ଷେ ଭାଡାତୁରସ୍କି ଦମ୍ପତିଙ୍କ ମୃତ୍ୟୁ ପରେ ୟୁକ୍ରେନରରେ ଶୋକର ଛାୟା ଖେଳିଯାଇଛି। ଭାଡାତୁରସ୍କି ଦମ୍ପତିଙ୍କ ମୃତ୍ୟୁ ଦେଶ ପାଇଁ ଅପୁରଣୀୟ କ୍ଷତି ବୋଲି ୟୁକ୍ରେନ୍‌ ରାଷ୍ଟପତି ଭୋଲଦିିମିର ଜେଲେନସ୍କି ପ୍ରକାଶ କରିଛନ୍ତି ।

Related Posts