ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): ସୁମୀରେ ଋଷ ସେନା ପକାଇଛି ୫୦୦ କେଜିର ବୋମା । ଏହି ବିସ୍ଫୋରଣରେ ୧୮ ଜଣଙ୍କ ମୃତୁ୍ୟ ହୋଇଥିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ରୁଷ ସେନା ଏହି ବୋମା ପକାଇଛି। ୟୁକ୍ରେନ୍ର ସଂସ୍କୃତି ଓ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେପଟେ ୟୁକ୍ରେନ୍ର ସୁମୀରେ ବର୍ତ୍ତମାନ ମଧ୍ୟ ପ୍ରାୟ ୭୦୦ ଭାରତୀୟ ଫସିରହିଛନ୍ତି । ତେବେ ସେଠାରେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ କରିଛି ଋଷ ସେନା । ୟୁକ୍ରେନ୍ର ଦାବି ମୁତାବକ, ସୁମୀରେ ୫୦୦ କିଲୋ ଓଜନର ଏକ ବୋମା ଫିଙ୍ଗିଛି ଋଷ । ଯେଉଁଥିରେ ୨ ଜଣ ଶିଶୁଙ୍କ ସମେତ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଶହ ଶହ ସଂଖ୍ୟାରେ ଆହତ ମଧ୍ୟ ହୋଇଛନ୍ତି ।

ସବୁଠାରୁ ବଡ କଥା ହେଉଛି ସୁମୀରେ ୭ଶହ ଭାରତୀୟ ରହିଛନ୍ତି । ସୁମୀରେ ଫସିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ଖବର ମିଳିଛି । ଭୟଙ୍କର ବିସ୍ଫୋରଣରେ ସୁମୀରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଭୋଲିମିଡିର୍ ଜେଲେଂସ୍କିଙ୍କ ଉପରେ ମଧ୍ୟ ଚାପ ବଢିବାରେ ଲାଗିଛି । ଗତ ୧୩ ଦିନ ହେଲା ୟୁକ୍ରେନ୍ରେ ତାଣ୍ଡବ ଲୀଳା ଚଳାଇଛି ଋଷ ସେନା । ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ଦେଶ ଉଦ୍ୟମ କରୁଥିଲେ ସୁଦ୍ଧା ଯୁଦ୍ଧ ବନ୍ଦ ହେଉନି ।