ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମଗିରିର ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ( ପିଏ ) ଚିତ୍ତ ରଂଜନ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ବ୍ରହ୍ମଗିରି ବସ ଷ୍ଟାଣ୍ଡ ନିକଟରେ ଆରମ୍ଭ ହୋଇଛି ଅନଶନ । ଦୀର୍ଘ ୧୧ ମାସ ପରେ ମୃତ ଚିତ୍ତ ରଂଜନଙ୍କ ପରିବାରଙ୍କ ସହ ଗ୍ରାମବାସୀ ଅନଶନରେ ବସିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ ପୁରୀ ଗଡ଼ମୃଗସିରା ବ୍ରିଜ ନିକଟରୁ ଭାସମାନ ଅବସ୍ଥାରେ ଚିତ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ଘଟଣାରେ ତଦନ୍ତ କରି କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସମ୍ପୃକ୍ତି ଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଖସାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାସହିତ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ଅନଶନ ଆରମ୍ଭ ହୋଇଛି।
