ସଞ୍ଜୟ ରାଉତ ତମ ଲାଉଡସ୍ପିକରକୁ ବନ୍ଦ କର; ନହେଲେ ଆମେ ଏମଏନଏସ ଶୈଳୀରେ ବନ୍ଦ କରିଦେବୁ: ଏପରି ଲେଖି ସାମନା କାର୍ଯ୍ୟାଳୟ ସମ୍ମୁଖରେ ପୋଷ୍ଟର ଲଗାଇଲେ ଏମଏନଏସ କର୍ମୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଉଡସ୍ପିକରକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଏହି ମୁଦ୍ଦାକୁ ଆରମ୍ଭ କରିଥିବାର ଏମଏନଏସ ଦଳକୁ ବର୍ତ୍ତମାନ ଶାସକ ଶିବସେନା ଟାର୍ଗେଟ କରିବାରେ ଲାଗିଛି । ଫଳରେ ରାଜ୍ୟରେ ଏମଏନଏସ ଓ ଶିବସେନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ତେବେ ଶିବସେନା ନେତା ସଞ୍ଜୟ ରାଉତ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ମହାରାଷ୍ଟ୍ରର ଓୱାଇସି କହିବା ପରେ ରାଜ ଠାକରେଙ୍କ ସମର୍ଥକମାନେ ରାଗି ଯାଇଥିଲେ। ବାସ୍ତବରେ, ଏନବିଟିକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସଞ୍ଜୟ ରାଉତ କହିଛନ୍ତି ଯେ ରାଜ ଠାକରେ ମହାରାଷ୍ଟ୍ରରେ ବିଜେପି ପାଇଁ ଓୱାଇସିଙ୍କ କାମ କରୁଛନ୍ତି। ଓୱାଇସି ୟୁପିରେ ବିଜେପି ପାଇଁ କରିଥିବା କାମ, ରାଜ ଠାକରେ ମହାରାଷ୍ଟ୍ରରେ ବିଜେପି ପାଇଁ କରୁଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି ।

ଅନ୍ୟପଟେ ସଞ୍ଜୟ ରାଉତଙ୍କ ବିବୃତ୍ତି ପରେ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମକର୍ତ୍ତାମାନେ ସାମନା କାର‌୍ୟ୍ୟାଳୟ ବାହାରେ ପୋଷ୍ଟର ଲଗାଇଥିବାର ଦେଖିବାକୁ ମିଳିଛି । ତେବେ ଆପଣ ଓସ୍ୱାଇସି କାହାକୁ କହିଲେ ? ସଞ୍ଜୟ ରାଉତ ତୁମର ଲାଉଡ ସ୍ପିକର ବନ୍ଦ କର, ସମଗ୍ର ମହାରାଷ୍ଟ୍ର ଏହି କାରଣରୁ ସମସ୍ୟାର ସମ୍ମୁଖୀନ ହେଉଛି । କିମ୍ବା ଅନ୍ୟଥା ଆମେ ଏମଏନଏସ ଶୈଳୀରେ ତୁମର ଲାଉଡ ସ୍ପିକର ବନ୍ଦ କରିଦେବୁ ବୋଲି ସେହି ପୋଷ୍ଟରରେ ଲେଖାହୋଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ର ନବନିର୍ମାଣ ସେନା ଲାଉଡ ସ୍ପିକର ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଲେଖିଥିବା ଚିଠିରେ ଏମଏନଏସ ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ଦାବି କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts