ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ SBI ର ଆକ୍ସନ; ରୁଷୀୟ କମ୍ପାନୀ ସହ ଆର୍ଥିକ ନେଣଦେଣ ବନ୍ଦ

ୟୁକ୍ରେନ ଉପରେ ରୁଷ ର ଆକ୍ରମଣ କୁ ନିନ୍ଦା କରିଛନ୍ତି ଅନେକ ଦେଶ | ଯୁଦ୍ଧ ଶେଷ କରିବା ପାଇଁ ଅନେକ ଦେଶ ଚାପ ପକାଉଥିବା ବେଳେ, ଏହାରି ମଧ୍ୟରେ SBI ବି ରୁଷ ବିରୋଧରେ ଆକ୍ସନ ନେଇଛି | ପଶ୍ଚିମ ରାଷ୍ଟ୍ର ଗୁଡିକ ବ୍ୟାନ କରିଥିବା ଋଷୀୟ କମ୍ପାନୀ ସହ ଆର୍ଥିକ ନେଣଦେଣ ବନ୍ଦ କରିଛି।

ଏ ନେଇସ SBI ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ଏସବିଆଇର ଆଶଙ୍କା ରହିଛି, ଯଦି ଏହି କମ୍ପାନୀ ଗୁଡିକ ସହ ଆର୍ଥିକ କାରବାର କରେ ତାହାଲେ ନିଜ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇପାରେ। ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା, ୟୁରୋପୀୟନ ୟୁନିୟନ ଏବଂ ମିଳିତ ଜାତିସଂଘ ଋଷର ଯେଉଁ ସବୁ କମ୍ପାନୀ, ବ୍ୟାଙ୍କ ଏବଂ ବନ୍ଦର ଗୁଡିକୁ ବ୍ୟାନ କରିଛନ୍ତି, ସେମାନଙ୍କ ସହ ସିଧାସଳଖ କୌଣସି ଆର୍ଥିକ କାରବାର କରାଯିବ ନାହିଁ।ଏହି ସଂସ୍ଥା ଗୁଡିକର ବକେୟାକୁ ବ୍ୟାଙ୍କିଙ୍ଗ ଚ୍ୟାନେଲ ପରିବର୍ତ୍ତେ ଅନ୍ୟ କୌଣସି ମାଧ୍ୟମରେ ପୈଠ କରାଯିବା ନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ମସ୍କୋରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଜଏଣ୍ଟ ଭ୍ୟାନଞ୍ଚର କମର୍ସିଆଲ ଇଣ୍ଡୋ ବ୍ୟାଙ୍କ ରହିଛି। ଏଥିରେ କାନାରା ବ୍ୟାଙ୍କର ୪୦ ପ୍ରତିଶତ ସହଭାଗିତା ରହିଛି । ତେବେ ଏ ନେଇ SBI ପକ୍ଷରୁ କୌଣସି ସୂଚନା ଦିଆଯଆଇନାହିଁ । ଚଳିତ ଆର୍ଥିକ ବର୍ଷରେ ଭାରତ ଏବଂ ଋଷ ମଧ୍ୟରେ ପ୍ରାୟ ୯.୪ ବିଲିୟନ ଡଲାରର ବ୍ୟବସାୟ ହୋଇଛି। ଯାହାକି ୨୦୨୦-୨୧ରେ ଏହି ବ୍ୟବାସାୟ ୮.୧ ବିଲିୟନ ଡଲାର ରହିଥିଲା।ଭାରତ ଋଷଠାରୁ ଇନ୍ଧନ, ମିନେରାଲ ଅଏଲ, ମୋତି, ମୂଲ୍ୟବାନ ରତ୍ନ, ଆଣବିକ ରିଏକ୍ଟର, ଫର୍ଟିଲାଇଜର, ବୈଦୁତିକ ଯନ୍ତ୍ରପାାତି ପରି ସାମଗ୍ରୀ ଆମଦାନୀ କରିଥାଏ |

ସୂଚନାଯୋଗ୍ୟ, ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜିକୁ ୯ମ ଦିନରେ ପହଁଚିଛି | ରୁଷ ସେନା ୟୁକ୍ରେନ ଉପରକୁ ଲଗାତାର ଭାବେ ଆକ୍ରମଣ କରି ଚାଲିଛନ୍ତି | ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଂଟ ଉପରେ ଆକ୍ରମଣ କରିଛି । ମୋର୍ଟାର ଓ ବୋମାମାଡ ଯୋଗୁଁ ନିଉକ୍ଲିୟର ପ୍ଲାଂଟରେ ନିଆଁ ଲାଗିଯାଇଛି । ଏଠାରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି ।

Related Posts