ରାଫେଲ ଡିଲର ପ୍ରକ୍ରିୟା କେମିତି ହୋଇଛି, ରିପୋର୍ଟ ମାଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଫେଲ ଡିଲ୍ ପ୍ରସଙ୍ଗରେ ଦାୟର ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ରାଫେଲ ଚୁକ୍ତି କିଭଳି ଭାବେ ହୋଇଛି ତାର ପ୍ରକ୍ରିୟା କରଣ ବାବଦରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ କହିଛନ୍ତି । ଏହି ତଥ୍ଯ ଅକ୍ଟୋବର 29 ସୁଦ୍ଧା ବନ୍ଦ ଲଫାଫାରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଅକ୍ଟୋବର 31ରେ ରହିଛି । ତେବେ କେତେ ଟଂକାର ଡିଲ୍ ଏବଂ ବିମାନରେ କିଭଳି ଯନ୍ତ୍ରାଂଶ ରହିଛି ସେ ବାବଦରେ ଜାଣିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ଆଟର୍ଣ୍ମି ଜେନେରାଲ କୋର୍ଟରେ ପକ୍ଷ ରଖିଥିଲେ । ଏବଂ କହିଥିଲେ କି ଏହି ଡିଲ୍ ଦୁଇ ଦେଶ ମଧ୍ୟରେ ହୋଇଛି ଏବଂ ସମ୍ପୁର୍ଣ୍ଣ ଗୁପ୍ତ । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ପିଟିସିନ ଦାୟର ହୋଇଥିବା କହିଛନ୍ତି ଏଜି ।  ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ, ଏସ କେ କୌଲ, ଏବଂ ଏମ ଜୋଶେଫଙ୍କ 3 ଜଣିା ଖଣ୍ଡପୀଠ ମାମଲାରୁ ଶୁଣାଣି କରିଛନ୍ତି ।

ମୋଟ 3 ଜଣ ପିଟିସନ ଦାଖଲ କରିଥିଲେ । ହେଲେ କଂଗ୍ରେସ ନେତା ବିନୀତ ଧାଣ୍ଡା ଏବଂ ଆରଟିଆଇ କର୍ମୀ ତେହସିନ ପୁନାଓ୍ବାଲା ଏହି ମାମଲାରୁ ଓହରିଯାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଫେଲ ପ୍ରସଙ୍ଗରେ ଫ୍ରାନ୍ସର ସେତେବେଳର ରାଷ୍ଟ୍ରପତି ଓଲାନ୍ଦେ ଚୁକ୍ତି ବାବଦରେ ରିଲାଏନ୍ସ ପାଇଁ କେନ୍ଦ୍ର ସରକାର ଲବି କରିଥିଲେ ବୋଲି ଫ୍ରାନ୍ସର ଏକ ମିଡିଆକୁ କହିଥିଲେ । ଯାହାକୁ ପ୍ରସଙ୍ଗ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି ।
ରାହୁଲ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ୩୬ ବିମାନର ଚୁକ୍ତି ସ୍ୱାକ୍ଷର କରିଛନ୍ତି ତାହାର ମୂଲ୍ୟ କଂଗ୍ରେସ ସରକାରଙ୍କ ସମୟରେ ହୋଇଥିବା ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ । ଫଳରେ ସରକାରୀ ସମ୍ପତିରୁ କୋଟି କୋଟି ଟଙ୍କା ନଷ୍ଟ ହେବାକୁ ଯାଉଛି ।

ସେପ୍ଚେମ୍ବର 23 2016ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରି ରାଫେଲ୍ ଡିଲ କରିଥିଲେ । ପୂର୍ବ ୟୁପିଏ ସରକାର ମଧ୍ୟ ଏହି ଡିଲ କରିଥିଲେ । ଯାହାକୁ ଚଳିତ ସରକାର ରଦ୍ଦ କରି ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ନୂଆ ଡିଲ୍ କରିଥିଲେ ।

ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ କରି ସୂଚନା ଦେଇଛନ୍ତି ।

 

Related Posts